Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Tragedy Others

3  

Madhusmita Prusty

Tragedy Others

ବର୍ତ୍ତମାନ

ବର୍ତ୍ତମାନ

1 min
231


କେଉଁଠି ଆରମ୍ଭ କେଉଁଠାରେ ଶେଷ

ଦୁଃଖମୟ ଏ ଜୀବନ,

ଅତୀତ, ଭବିଷ୍ୟ ମଝି ସୋପାନରେ

ଶୋଭାୟିତ ବର୍ତ୍ତମାନ |


ଭାଗ୍ୟ,ଭବିଷ୍ୟତ କର୍ମଫଳ ଦ୍ୱୟ

ଭୋଗ୍ୟ ଏହି ଜନମରେ,

ଯାତନା,ଯନ୍ତ୍ରଣା ସୁଖ ଆସ୍ଵାଦନା

ମିଳେ କଷଟି ପଥରେ |


କହି କେ ପାରିବ ପ୍ରାରବ୍ଧ ରହସ୍ୟ

ସତ୍ୟ ଅବା ମିଥ୍ୟା ଇଏ,

ବେଦ,ପୁରାଣରେ ପ୍ରଚ୍ଛଦ ପଟ୍ଟରେ

ବର୍ଣ୍ଣନାକାର ଯା କହେ |


ସୁଖୀ ଲୋକ ଅବା ପୁଣ୍ୟ କରିଥିଲା

ପାଏ ଇହଲୋକେ ସୁଖ,

ଦୁଃଖୀର ଜୀବନ ସଦା କଷ୍ଟମୟ

ମିଳୁଥାଏ ସଦା ଦୁଃଖ |


ମନତଳେ ଉଙ୍କି ମାରୁଥାଏ ଏଠି

ହଜାର ଅୟୁତ ପ୍ରଶ୍ନ,

କେଉଁଠୁ ପାଇବି ଉତ୍ତର ଏହାର

ଲାଗେ ଅତି ଯେ ବିଷମ |


ବିଷମୟ ଏଠି ହେଲାଣି ସଂସାର

ଏକି ଅଟେ ଭାଗ୍ୟ ଲେଖା,

ପ୍ରତିଦିନ ଘଟେ ଘୃଣ୍ୟ ଅତ୍ୟାଚାର

ବର୍ତ୍ତମାନ ଲାଗେ ଫିକା |



Rate this content
Log in

Similar oriya poem from Tragedy