STORYMIRROR

Ajit Kumar Raut

Tragedy Inspirational

3  

Ajit Kumar Raut

Tragedy Inspirational

ନୟନ ମେଲି ଦେଖ ମହାପ୍ରଭୁ

ନୟନ ମେଲି ଦେଖ ମହାପ୍ରଭୁ

1 min
210

କି ଲୀଳା ହେଉଛି ଦେଶ ମଧ୍ୟେ ପ୍ରଭୁ

ନୟନ ମେଲିଟି ଦେଖ,

ଭୟାଭୟ ଲୀଳା ମଞ୍ଚସ୍ଥ ହେଉଛି

ଅଭିନୟ ଟିକେ ଦେଖ।୧।


କିପରି ଜନତା ଅଛନ୍ତି ଦେଶରେ

ନେତା ଅଭିନୟ ଦେଖ,

ସତ୍ତାର ନିମନ୍ତେ ନାଟକ କରନ୍ତି

ତାଙ୍କରି ଲୀଳାଟି ଦେଖ।୨।


କୄଷକ ହସ୍ତରେ ବନ୍ଧୁକ ଦେଇଣ

ନିଶ ମୋଡୁଛନ୍ତି ନେତା,

ବିରୋଧୀ ଶକ୍ତିକୁ ହାତରେ କରିଣ

ଚକ୍ରାନ୍ତ କରନ୍ତି ନେତା୩।


ସତ୍ତାର ନିମନ୍ତେ ବିଦେଶୀ ଶତୃଙ୍କୁ

ଯୁଟ କରୁଛନ୍ତି ନେତା,

ଲଜ୍ଜା ଲାଗୁ ଅଛି ଦେଖି ତାଙ୍କ କାର୍ଯ୍ୟ

ନୁହେଁ ରାଷ୍ଟ୍ରବାଦୀ ନେତା୪।


ଦେଖ ଜଗବନ୍ଧୁ ନେତାଙ୍କ ନାଟକ

ଲଜ୍ଜା ଲାଗେ ଦେଖି ମନେ,

ଦୂର କର ପ୍ରଭୁ ଏପରି ତାଣ୍ଡବ

ଦେଶ ହିତ ରହୁ ମନେ।୫।


କି ଲୀଳା ହେଉଛି ଦେଶ ମଧ୍ୟେ ପ୍ରଭୁ

ନୟନ ମେଲିଟି ଦେଖ,

ଭୟାଭୟ ଲୀଳା ମଞ୍ଚସ୍ଥ ହେଉଛି

ଅଭିନୟ ଟିକେ ଦେଖ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy