ମାୟା ସରୋବର
ମାୟା ସରୋବର
ତୋ ରୂପ ମାଧୁର୍ଯ୍ୟ ଭଗ୍ନ କଲା ଧର୍ଯ୍ୟ
ଆବେଗରେ ଗଲି ଭାସି
ପଦ୍ମ ବଦନାରେ ପଦ୍ମ ବନ ଭାବି
ପାଦ ମୋର ଗଲା ଖସି ।
ଅକାତ କାତ ତୋ ପ୍ରେମ ଗଭୀରତା
ମାପି ବାକୁ କଲି ମନ
ଲବଣ ସାଗର ପରି ମନ ତୋର
ହଜାଇଲା ବୁଦ୍ଧି ଜ୍ଞାନ ।
ଉବୁଡୁବୁ ଖାଇ ଜଳେ ଖସୁ ଥାଇ
ତୋ ପାଦେ ପଡେ ନଜର
କେଉଁ ମାୟା ପୁର ଆକର୍ଷିତ କଲା
ନୟନେ ଭାସେ ଅନ୍ଧାର ।
ଛଳ ତୋ ବସନ ପଙ୍କିଳ ସମାନ
ତନୁ ତୋ କଣ୍ଟକ ସମ
କେବେ ଭାନୁ ସ୍ପର୍ଶେ ମଧୁକର ଆଶେ
ବିତେ ତୋ ଛଳନା ମନ ।
ପତ୍ରେ ଢଳ ଢଳ ଜୀବନର ଖେଳ
କ୍ଷଣସ୍ଥାୟୀ ତାର ପ୍ରାଣ
ମାୟା ସରୋବର ପାଟରାଣୀ ତୁହି
ଛଳେ କରୁ ଆଲିଙ୍ଗନ ।
ଛନ୍ଦି ଦେଲୁ କଣ୍ଠେ ମୃଣାଳର ଫାଶ
ଯେହ୍ନେ ତୋ ଚରଣେ ଦାସ
ପ୍ରେମ ଜଳାଶୟେ ଆକର୍ଷିତ କରି
ପାନ କରାଇଲୁୁ ବିଷ ।
ଗୋଲକଧଦା ତୋ ପ୍ରେମ ବାଟିକା ଲୋ
ଆଉ ଆସିବିିିନିି ଧାଇଁ
ଜୀବିତ ରହିଲେ ମନ ତୁରଙ୍ଗକୁ
ବାନ୍ଧିବି ମୁଁ ରଶି ଦେଇ ।

