STORYMIRROR

Ramachandra Bhutia

Romance Tragedy

3  

Ramachandra Bhutia

Romance Tragedy

ପ୍ରେମ ପ୍ରାୟଶ୍ଚିତ

ପ୍ରେମ ପ୍ରାୟଶ୍ଚିତ

1 min
271

ଏମିତି ଲାଗୁଚି ଯାଆନ୍ତି କି ହୋଇ ମୁଁ ପାଗଳ

ଭୁଲି ମୁଁ ଯାଆନ୍ତି ସେ ଅଫେରା ଅତୀତ କୁ ମୋର

ସେଇ ଜହ୍ନରାତି ଆଉ ଶୀତୁଆ ସକାଳ

ସନ୍ଧ୍ୟା ବେଳ ଗପ ସାଥେ ସବୁ ସ୍ମୃତି ତୋର


ପାରୁନି ସହି ଆଜି ତୋର ଅଭିନୟ

ଚିହିଁ ନାହିଁ ବୋଲି ଯାହା ଦେଲୁ ପରିଚୟ

ସାଜିଛି ଆଜି ମୁଁ ଗୋଟେ ଜୀଅନ୍ତା ଶବ

ପାରୁନି ଯା ପୁରା କରି ତୋର ଅଭାବ


ଭାବିଥିଲି ଜୀବନ ରେ କରିବିନି ପ୍ରେମ

ଭୁଲ୍ ଥିଲା ମୋର, ତୋତେ ମନ ମୋର ଦେଲି

ପରିଣାମ ତାର ଆଜି ଭୋଗୁଛି ମୁଁ ଅନୁକ୍ଷଣେ 

ପ୍ରେମ ବଦଳ ରେ ତୋ'ର ଛଳନା ପାଇଲି


ମୃଗତୃଷ୍ଣା ପ୍ରେମ ତୋର ଭରିଥିଲା ଛଳନା ରେ

ମୋ ହୃଦୟ ଭଳିଗଲା ତୋ ମିଛ କାନ୍ଦଣା ରେ,  

ଜନ୍ମ ଜନ୍ମାନ୍ତର ପାଇଁଁ ସାଥୀ ହେବୁ ବୋଲି କହି

ଚାଲିଗଲୁ ପର କରି ମୋତେ ଠକି ଦେଇ


ଭ୍ରମ ହୋଇ ଭ୍ରମି ଗଲି ତୋତେ ଭାବିଲି ଗୋଲାପ

ଭୁଲି ଯାଇଥିଲି ଥାଏ ସେଥିରେ କଣ୍ଟକ

କରି ମୁଁ ନ ଥିଲି ତଥାପି କଣ୍ଟକ କୁ ଭୟ

ଆଘାତ ଦେଲା ତ ମୋତେ ତୋର ଅଭିନୟ


ଲାଗୁଛି ଏମିତି ଯାଆନ୍ତି କି ହୋଇ ମୁଁ ପାଗଳ

କ୍ଷଣ କ୍ଷଣ ମାରେ ମୋତେ ତୋ ସ୍ମୃତି ର ଜହର

ତୋତେ ଭଲ ପାଇ କରିଥିଲି ଯେଉଁ ପାପ

ଅନୁତପ୍ତ ହୃଦୟ ରେ କରେ ପ୍ରାୟଶ୍ଚିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance