STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

କିପରି ଛଳନା ଚାଲୁଛି ଦେଶେ

କିପରି ଛଳନା ଚାଲୁଛି ଦେଶେ

1 min
175


କିପରି ଛଳନା ଚାଲୁ ଅଛି ଦେଶେ

ସତ୍ତାର ନିମନ୍ତେ ଯହିଁ

ଦେଶ ପ୍ରେମେ ଆଜି ପ୍ରଶ୍ନ ଉଠୁଅଛି

ନେତାଙ୍କ ଭିତରେ ତହିଁ।୧।

ଚାଷୀ ନେତା ମଧ୍ୟ ଚାଷୀଙ୍କ ଉନ୍ନତି

ନ ଦେଖନ୍ତି ନିଜ ନେତ୍ରେ

ବଡ଼ ଚାଷୀଙ୍କର କଥାରେ ପଡିଣ

ବିରୋଧ କରନ୍ତି ନିତ୍ୟେ।୨।

ନେତା ହେବା ପାଇଁ ସଂଘର୍ଷ କରନ୍ତି

ବିଦେଶୀ ଶକ୍ତିକୁ ଧରି

ବିରୋଧୀ ଦଳ ଭି ମିଳି ରହିଛନ୍ତି

ବାହାରି ଶକ୍ତିକୁ ଧରି।୩।

ମିଛ ପକ୍ଷେ ଆଜି କେହି ହିଁ ନାହାନ୍ତି

ସତ୍ୟର ହେଉଛି ଜୟ

ଦେଶ ଶତ୍ରୁ ଆଜି ଲୁଚି ବୁଲୁଛନ୍ତି

ଧର୍ମର ହେଉଛି ଜୟ।୪।

ଆନ୍ଦୋଳନ ନୁହେଁ ସତ୍ତାର କାମନା

ଜନତା ବୁଝନ୍ତି ଦେଶେ

ବହିଷ୍କାର ହେବ ଏପରି ନେତାଙ୍କ

ପ୍ରତିଜ୍ଞା ହେଉଛି ଦେଶେ।୫।

ଛଳନା ଶକ୍ତିର ଅନ୍ତ ହେଉ ଦେଶେ

ନିରାପତ୍ତା ହେଉ ଦେଶ

ଅନ୍ତର୍ଜାମୀ ପ୍ରଭୁ ସୁଦୟା କରହେ

ଛଳନା ନ ହେଉ ଦେଶ।୬।

ଏପରି ଜନଙ୍କ ଅନ୍ତ ହେଉ ଦେଶୁ

ପବିତ୍ର କରହେ ଭୂମି

ଧର୍ମର ପତକା ପ୍ରଜ୍ବଳିତ ହେଉ

ଲଜ୍ଜିତ ନହେଉ ଭୂମି।୭।

ଦେଶ ଜନତାଙ୍କ ଗୁହାରି ଶୁଣହେ

ସଡୟନ୍ତ୍ର ହେଉ ନାଶ

ଦେଶ ଶତ୍ରୁମାନେ ଚିହ୍ନିତ ହୁଅନ୍ତୁ

ବିଜୟୀ ହେଉଟି ଦେଶ।୮।

ଆତ୍ମନିର୍ଭରର ପ୍ରଜ୍ବଳିତ ମନ୍ତ୍ର

ଗୁଞ୍ଜୁ ଥାଉ ଜନମନେ

ଦେଶର ସଂସ୍କୃତି ଦୀପ୍ତିମାନ ହେଉ

ଗର୍ବ ହେଉ ଜନମନେ।୯।

କିପରି ଛଳନା ଚାଲୁ ଅଛି ଦେଶେ

ସତ୍ତାର ନିମନ୍ତେ ଯହିଁ

ଦେଶ ପ୍ରେମ ଆଜି ପ୍ରଶ୍ନ ଉଠୁ ଅଛି

ନେତାଙ୍କ ଭିତରେ ତହିଁ।୧୦।



Rate this content
Log in

Similar oriya poem from Tragedy