Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Tragedy

3  

Gunanidhi Samal

Tragedy

ତୁମପାଇଁ

ତୁମପାଇଁ

1 min
215


ତୁମପାଇଁ ଆଜି ଲେଖୁଛି କବିତା

ଆଖିର ଲୁହରେ ସାଥୀ

ତୁମରି ସ୍ମୃତିରେ ବଞ୍ଚିବା ଶିଖୁଛି

ଗାଇକି ମିଳନ ଗୀତି ।


ତୁମେ ଗଲା ପରେ ଏ ଆଖିର ଲୁହ

ପିଇଗଲା ଏଇ ଓଠ

ସକାଳ ପହର ଶୁନ୍ ଶାନ୍ ଲାଗେ

ନଈର ଗାଧୁଆ ତୁଠ ।


ଫେରି ନାହିଁ ଆଉ ଅଫେରା ଫଗୁଣ

ବହିନି ଶୀତଳ ବାଆ

ନଈର ପାଣିରେ ବନ୍ଦାପନା ସାରି

ଭସାଇନି କେହି ନାଆ ।


ଚୂତ ତରୁ ଡାଳେ କୁହୁକୁହୁ ତାନେ

କୋଇଲି ଗାଉନି ଗୀତ

ତୁମ ସ୍ମୃତି କିନ୍ତୁ ହୃଦୟରେ ମୋର

ରହିଗଲା ହୋଇ କ୍ଷତ ।


Rate this content
Log in

Similar oriya poem from Tragedy