STORYMIRROR

Prabhati Mahapatra

Romance Tragedy

3  

Prabhati Mahapatra

Romance Tragedy

ମିଛ ବାହାନା

ମିଛ ବାହାନା

1 min
204

ନା ନା ପାଖକୁ ଆସନା

ଦୁଷ୍ଟାମୀ ତୁମର ଖୋଜୁଛି ବାହାନା

ନା ନା ........

ତୁମେ ଯେ ଭ୍ରମର ତୁମେ ଚିତ୍ତ ଚୋର

ତୁମର ନାହିଁ ଠିକଣା ......

ନା ଆସନା

ଏ ଫୁୁୁୁଲକୁୁ ସେ ଫୁଲ 

କରୁ ଥାଅ ତୁୁୁମେ ଗେଲ

ଉପରେ କରି ତୁମେ ଆଦର

କେତେ ଯେ ସପନ 

ରହି ଯାଏ ଗୋପନ

ଅଭିନୟେ ଦେଖାଅନା ଉଦାର

ତୁମେ ଯେ ପରଦେଶୀ 

ଆଉ ମୋତେ ବୁୁୁଝାନା ।

ନା ନା ଆସନା .......

ଅସୁମାରୀ ଆଶା ନେଇ

ନିତି ନିତି ବଞ୍ଚୁୁ ଥାଇ

ଖୋଲି ମନ ଦୁୁୁଆର

ଗୁଣୁଗୁଣୁ ଗୀତ ଗାାଇ

ମନ ପ୍ରାଣ ନିଅ ମୋହି

ତୁମ ଭାବନାକୁ କୋଟି ଜୁହାର

ଖେଳିବାକୁ ଖୋଜି ନିଅ

ଆଉ କାହା ଅଗଣା 

ନା ନା ଆସନା ........

ନୁହେଁ ଏ ଅଳୀକ ପୁୁୁରୀ

ବାଢି ଦେବ ପ୍ରେମ ଖିରି

ମଧୁ ବୋଳା କଥା କହି 

ପାରିିିବନି ମନକୁ ବହଲେଇ

ତୁମର ଉଦ୍ଦେଶ୍ୟ ମନ୍ଦ

ପାଇଛି ତାହାର ଗନ୍ଧ

ଛଳନା ହାତକୁ ନିଅ ଫେରାଇ

ଦୂରେ ଦୂୂୂରେର ଯାଅ ତୁମେ

ଜଗାଅନା କାମନା 

ନା ନା ଆସନା ......


 


Rate this content
Log in

Similar oriya poem from Romance