ପ୍ରୀତି ସଉଦା
ପ୍ରୀତି ସଉଦା
ଅମୃତମୟ ଯେ ପ୍ରେମର ସାଗର
କଲ୍ଲୋଳେ ମହା ତରଙ୍ଗ
ମନର ଆକାଶେ ଇନ୍ଦ୍ରଧନୁ ଭାସେ
ଲିିିିଭାଇ ବିରସ ରାଗ ।
ସେ ସ୍ରୋତରେ ଭାସି ଖୁସିରେ ଉଲ୍ଲସି
ସନ୍ଦେହ ନଥିଲା ମନେ
ଚିିିିବୁକ ଚିପୁଡି ପ୍ରୀତି ଦେଲୁ ବାଢ଼ି
ନାଚେ ମୁଁ ଶୃଙ୍ଗାର ତାନେ ।
ମଦିରାକ୍ଷୀ ତୋର ଆକର୍ଷିତେ ମାରେ
ଧରାଇଲା ମଦାଳସା
ପ୍ରେମ ମାଦକତା ପାନ କରାଇତୁୁ
ପଥେ କଲୁ ଲୋକହସା ।
ଆଜି ତୁ ମେହିିନ୍ଦି ପର ପାଇଁ ପିନ୍ଧି
ପୋଛି ଦେଲୁ ସବୁ ସ୍ମୃତି
ବିରହର ମାଳ ମୋ ଗଳାରେ ଦେଲୁ
ଲାଗେ ଯେହ୍ନେ ଅହି କାତି ।
ନିିିରିହ ମନ ମୋ ତୋ ପାଇଁ ଭୋଗୁୁଛି
ଯେତିକି ଯାତନା ଦୁଃଖ
ପ୍ରୀତି ସଉଦାରେ ଜିତି ଯାଇ ତୁହି
ଲଭିବୁ ଅଧିକ ସୁଖ ।
ମଧୁରାତି ଶେଷ ସପନ ବି ଶେଷ
ମଉଳେ ରଜନୀ ରାଣୀ
ଆଖି ଫୁଲ ଶେଯ ଭିଜାଇ ଦେଲୁ ମୋ
ଢାଳି ତୋ ଛଳନା ପାଣି ।