ଇନ୍ଦ୍ର ଭୁବନ
ଇନ୍ଦ୍ର ଭୁବନ
କେତେ ଶୁଣିଅଛି
କେତେ ପଢ଼ିଅଛି
ଇନ୍ଦ୍ର ଭୁବନର ପରୀ କାହାଣୀ
ମନ ହୁଏ ସେଠି ରହନ୍ତି କି ଯାଇ
ପାଖରେ ଥାଆନ୍ତେ ମେନକା ରାଣୀ
ଦିଅନ୍ତେ ଅମୃତ ହାତରେ ଆଣି
ସୁଖରେ ପିଅନ୍ତି ମାରିକି ଠାଣି ।
ପୁଣି ମନ ହୁଏ ଯାଆନ୍ତି ସ୍ୱର୍ଗ
ଖୁସିରେ ବୁଲନ୍ତି ଚଉଦ ଦିଗ
ସୁଖ ଶାନ୍ତି ପରା ମିଳେ ସେଇଠି
ଏତେ ଶୁଭ ଜାଗା ଅଛି କୋଉଠି?
ମନେ ହୁଏ ଯଦି ମୋ ହାତେ ହୁଅନ୍ତା
ସତରେ କେତେ ଯେ ଭଲ ହୁଅନ୍ତା
ପୃଥିବୀକୁ ସ୍ୱର୍ଗ ପରି କରନ୍ତି
ଇନ୍ଦ୍ର ଭୁବନ ମୁଁ କିମ୍ପାଇଁ ଯା 'ନ୍ତି ।
