STORYMIRROR

Ghanashyam Biswal

Fantasy

3  

Ghanashyam Biswal

Fantasy

ଇନ୍ଦ୍ର ଭୁବନ

ଇନ୍ଦ୍ର ଭୁବନ

1 min
86

କେତେ ଶୁଣିଅଛି

କେତେ ପଢ଼ିଅଛି

ଇନ୍ଦ୍ର ଭୁବନର ପରୀ କାହାଣୀ

ମନ ହୁଏ ସେଠି ରହନ୍ତି କି ଯାଇ

ପାଖରେ ଥାଆନ୍ତେ ମେନକା ରାଣୀ

ଦିଅନ୍ତେ ଅମୃତ ହାତରେ ଆଣି

ସୁଖରେ ପିଅନ୍ତି ମାରିକି ଠାଣି ।


ପୁଣି ମନ ହୁଏ ଯାଆନ୍ତି ସ୍ୱର୍ଗ

ଖୁସିରେ ବୁଲନ୍ତି ଚଉଦ ଦିଗ

ସୁଖ ଶାନ୍ତି ପରା ମିଳେ ସେଇଠି

ଏତେ ଶୁଭ ଜାଗା ଅଛି କୋଉଠି?


ମନେ ହୁଏ ଯଦି ମୋ ହାତେ ହୁଅନ୍ତା

ସତରେ କେତେ ଯେ ଭଲ ହୁଅନ୍ତା

ପୃଥିବୀକୁ ସ୍ୱର୍ଗ ପରି କରନ୍ତି

ଇନ୍ଦ୍ର ଭୁବନ ମୁଁ କିମ୍ପାଇଁ ଯା 'ନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy