ଆଉଥରେ
ଆଉଥରେ
ଆଉଥରେ ପୁଣି ସପନ ଦେଖିବି
ହରି ନାହିଁ କି ବା ମରି ତ ନାହିଁ
ଲଢେଇ ଜୀବନେ ଜାରି ରଖିବି ମୁଁ
ଚମକିବି ଦିନେ ଆକାଶେ ମୁହିଁ ।
ଜାଣିଛି ଜୀବନେ ଦୁଃଖ ଆସେ ବୋଲି
ଏ ତ ଦୁନିଆର ଚଲନ୍ତି ନୀତି
ନୀଚମନା ହୋଇ ଡରିବି କାହିଁକି
ଜାଣିଛି ଦିନେ ମୁଁ ପାରିବି ଜିତି ।
ଫୁଲ ହୋଇ ଫୁଟିବି ମୁଁ ଦିନେ
କଣ୍ଟାକୁ ଜିଣିବି ଶୁଭ ଲଗନେ
ମହକିବ ଦିନେ ଏ ସାରା ସଂସାର
ଶିଖର ଛୁଇଁବି ହସିବି ଦିନେ ।
ଆଉଥରେ ନୂଆ ଆଶା ନେଇ ମନେ
ପରିଶ୍ରମ କରି ବିଜୟୀ ହେବି
ଜାଣିଛି ଜୀବନେ ଧିରଜ ରଖିଲେ
ସମୟ ଆସିଲେ ସଫଳ ହେବି ।
