STORYMIRROR

kamal kumar dash

Abstract Romance

3  

kamal kumar dash

Abstract Romance

ଜୀବନ ପଥରେ

ଜୀବନ ପଥରେ

1 min
290



ବେଦନା ବିଧୁର  ତନ୍ଦ୍ରାରେ ଆତୁର

     କ୍ଳାନ୍ତିର ବୋଝକୁ ବୋହି

ଜୀବନ ପଥରେ    ଏକା ଚାଲିଛି ମୁଁ

     ଯନ୍ତ୍ରଣା ର ଗୀତ ଗାଇ (1)

କଳ୍ପନା ରେ ଭରା   ଜୀବନ ମୋହର

     ଖାଲି ସାଥି ତୁମ ପାଇଁ

ନିରବ ମରୁର       ନିଥର ଛାତିରେ

    ଅତୀତ ଖୋଜୁଛି ମୁଁ ହିଁ (2)

ଗଲା ଅତୀତର    ସ୍ମୃତି ସାଉଁଟୁଛି

     ବସି ସେଇ ନଦୀ ତୀରେ

ସେଇ ଝଙ୍କା ବର  ମାଆ ର ମନ୍ଦିର

     ଭିଜୁଛି ମୋର ଲୁହ ରେ (3)


ଭାବୁଛି ଫେରିବ    ସବୁ ଭୁଲି ଥରେ

     ମୋ ସ୍ମୃତିକୁ ସତ କରି

ମିଶିକି ଗଢିବା       ଭଙ୍ଗା ବାଲିଘର

      ଆଉଥରେ ନୂଆ କରି (4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract