ଅମାବାସ୍ୟାର ଜହ୍ନ
ଅମାବାସ୍ୟାର ଜହ୍ନ
ଅଧୁରା ସ୍ବପ୍ନ
ଆଧାରାତି ଖୋଜେ
ମାନେନା ଜହ୍ନ
ତୁ ବି ପିଆସୀ
ମୁଁ ବି ପିଆସୀ ।
ମଧୁର ଏ ବେଳା ଲଗ୍ନ
ହେଲେ ଜହ୍ନର ନଥାଏ ମନ
ପିପାସା ସାଗରେ
ନୀଳ ତରଙ୍ଗରେ ।
ସୁମଧୁର ସ୍ବରେ
ଆଖିରେ ଆଖିଏ ରଙ୍ଗ
ଲୁଚକାଳି ଖେଳେ ଜହ୍ନ
ଏଡିକି ଅବୁଝା
ଏଡ଼େ ବେଦରଦୀ ।
ସାତ ନଈ ପାରି ଜହ୍ନ
କୁଆଁତାରା ହସେ
ଶିଶିର ପ୍ରକାଶେ
ରାତି ମାଗେ ମଲାଜହ୍ନ ।
ଅମାବାସ୍ୟାର ଚନ୍ଦ୍ର
ଗୋ ତୁମେ
ବେପଥୁ ମଦୀରାର
ଛନ୍ନ ଛନ୍ନ ଓ ଉଚ୍ଛନ୍ନ
ସତରେ ଜହ୍ନଠୁ ଭିର୍ଣ୍ଣ ।