STORYMIRROR

Sunanda Mohanty

Fantasy Others

3  

Sunanda Mohanty

Fantasy Others

ସଦ୍ଭାବନା

ସଦ୍ଭାବନା

1 min
11.7K

ମତେ କେମିତି କେମିତି ଲାଗୁଛି

ଦୁଇ ଭାଇଙ୍କ ଭିତରେ ଝଗଡା 

ଲଗେଇବାକୁ କରୋନା ଚାଁହୁଛି 

ଆମେତ ଆମର ଥିଲୁ ନିଜ ଘରେ 

ଆଭ୍ୟନ୍ତରୀଣ ସମସ୍ୟା ତେଜିଛି 

ଆସନ୍ତା କାଲି ସମୂହ ଦୀପ ଜାଳି 

ସଦ୍ଭାବନା ପାଇଁ ଫୁଲ ତୋଳିଛି 

 ଆମରି ଦେଶର ଆମେ ନାଉରୀ 

ଆଲ୍ହା, ଯୀଶୁ, ଭଗବାନ ଗୋଟିଏ 

ସୁତା ରେ ଅନେକରେ ଏକ ପୂଜୁଛି 

ଆଲୋକ ଭିତରେ ସକାରାତ୍ମକ 

ଚିନ୍ତାଧାରାରେ ସଭିଏଁ ଏକ ବନିଛି 

ଆସନ୍ତା କାଲି ଏପ୍ରିଲ ପାଞ୍ଚ ତାରିଖ 

ଗର୍ବ ଗୌରବ ରେ ମୋ ଛାତି ଫୁଲୁଛି 

ସମୂହ ଦୀପଦାନେ ଅନ୍ଧାର ହଟାଇ 

ଆଲୋକ ଜଳାଇ ଫେରିଯିବାର ରାସ୍ତା 

କରୋନା ପାଇଁ ଚାଲିଯିବା ବାଟ ଫିଟିଛି 

ପୁରୀରୁ ନାନାଏ କୈବଲ୍ୟ ଭୁଞ୍ଜାଇ 

ନିର୍ମାଲ୍ୟ ଦେଇ କରୋନାକୁ ବାଟେଇଛି

ଶାନ୍ତି ପ୍ରୀତି ମୈତ୍ରୀ ପ୍ରତିଶ୍ରୁତି ଭିତରେ 

ଆଉ ଦି ଘଡ଼ି ମିଳିମିଶି ଜିଇବି ଭାବିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy