STORYMIRROR

Umashankar Satpathy

Romance

3  

Umashankar Satpathy

Romance

ଶେଷ କବିତା

ଶେଷ କବିତା

1 min
331


ପ୍ରେମିକା ଗୋ

ଏ କବିତା ବିଲୁପ୍ତ ଭାବନାର

ତୁମେ ନିଆରା ପ୍ରକରଣ 

କେବେ ଥିଲି ମୁଁ ତୃଷ୍ଣା

ତୁମେ ଥିଲ ତୃପ୍ତି

ଏବେ ମୁଁ ସ୍ୱପ୍ନ

ତୁମେ ହେଲ ସ୍ମୃତି

ଦିନେ ମୁଁ ଥିଲି ବାଧ୍ୟ

ତୁମେ ଥିଲ ବ୍ୟାପ୍ତି

ଏବେମୁଁ ଇତସ୍ତତଃ

ତମେ କୁହ ଇତି

କବିତା ରେ ହିଁ ଏ ଦରଦ

ଏତେ ଅନୁଶୋଚନା 

ନିଜେ ଆଜି ନ୍ୟୁନ 

ପ୍ରିୟା ତୁମେ ମହାନ୍ 

ସ୍ମୃତି , ଦୀପ୍ତି , ତୃପ୍ତି

କେବଳ ତୁମରି ଉପମା

କେବେ ମୁଁ ଥିଲି ବନ୍ଧା

ତୁମେ ଥିଲ ପ୍ରୀତି

ଏବେ ମୁଁ ଶରବିଦ୍ଧ

ତୁମେ ଦେଲ ଶାସ୍ତି

ଏବେ ମୁଁ ସ୍ୱପ୍ନଟିଏ 

ତୁମେ ବହୁଦୂରେ ସ୍ମୃତି  

ସେବେଥିଲି ମୁଗ୍ଧ

ତୁମେ ଥିଲ ପ୍ରେମମୂର୍ତ୍ତି 

ଏବେ ମୁଁ ପରିତ୍ୟକ୍ତ

ଅନୁଭବି ଦେଖେ ଯାହା

ତୁମେ ବହୁଦୂରେ ତୁଷ୍ଟି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance