STORYMIRROR

ନିରଂଜନ ପଧାନ

Romance

3  

ନିରଂଜନ ପଧାନ

Romance

ତୋ ସାଥେ ନହେଉ ଦେଖା

ତୋ ସାଥେ ନହେଉ ଦେଖା

1 min
208

ଭଲ ପାଉଥିଲି ଦିନେ ମୁଁ ତୁମକୁ


ତୁମ ଉପରେ କେତେ ଭରସା ଥିଲା ମୋ ମନେ,


ଭଲ ପାଇବାର ଛଳନା ମୋ ସାଥେ କରିଲ


ତୁମ ବିନା ଏ ଜୀବନ ବି ଯିବ ଦିନେ ॥


ବୁଝି ମୁଁ ପାରେନି କାହିଁକି କେମିତି


ତୁମେ ବଦଲେଇ ନେଲ ଏତେ ନିଜକୁ ,


 ମୁଁ ହିଁ ତୁମକୁ ମୋ ଜିବନଠୁ ବେଶି ଭଲପାଉଥିଲି 


ଦୋଷ ଦେବି ଏବେ ଆଉ କାହାକୁ ॥



ନିର୍ଦ୍ଦୟ ହୃଦୟେ ଜିବନ ମୋର


ତୁମେ ଖିନ୍ ବିନ୍ କରି ଗଲ ଖେଲି ,


ତୁମ ନାମେ ପରା କେତେ ବଦନାମ


ଆଜି ମୁଁ ଏ ଦୁନିଆଁ ରେ ହେଇଗଲି ॥



କେଉଁ ଭୂଲ୍ ପାଇଁ ଜିବନକୁ ମୋର


ପ୍ରତି ମୁହୂର୍ତ୍ତରେ ଆଜି କରୁଛ ଏତେ କଳବଲ ,


ଆଜି ଅନୁତାପ ନିଆଁରେ ଜଳିଜଳି ଭାବେ


ତୁମ ପାଇଁ ମୁଁ ଖରାପ ଥିଲି ନା ଭଲ ॥



ନିତି ମୁଁ ଭିଜୁଛି ମୋ ଲୁହ ଅସରାରେ


ଆଖି ଲୁହ ଧାରେ ଆଜି ମନ କରୁଛି ସଫା ,


ଇଶ୍ୱରଙ୍କ ପାଖେ ଖାଲି ଏତିକି ପ୍ରାର୍ଥନା 


ଜୀବନରେ କେବେ ତୋ ସାଥେ ନହେଉ ଦେଖା ॥




Rate this content
Log in

Similar oriya poem from Romance