STORYMIRROR

Prafulla Das

Romance

3  

Prafulla Das

Romance

ମନେ ଅଛିନା ତୁମର

ମନେ ଅଛିନା ତୁମର

1 min
195


ମନେ ଅଛିନା ତୁମର

ତୁମେ ସେଥର ଶେଷ ବର୍ଷ ବିଜ୍ଞାନ 

ମୁଁ ଦ୍ୱିତୀୟ ବର୍ଷ କଳା

ଏଡ଼େ ବୁଦ୍ଧୁଟେ  ତୁମେ

ଵୁଝି  କି ନ ଵୁଝି ପାରିଲ

ମୁଁ ପରା ଦେଇ ଥିଲି  

 ତୁମକୁ  ମୋ  ମନ ..........


ଫୁଲ ର ପାଖୁଡ଼ା ଛିଣ୍ଡେଇ 

ଦେଖି ପାର  ଅନ୍ତର୍ଭେଦୀ  ଗୁଣ

ତା ରଙ୍ଗ ରେ କେତେ ମାଦକତା

ତା ଦେହରେ  କେତେ କୋମଳତା

ଥରଟେ  ବୁଝି ଲନି  ଦେଇ ଥିଲି ମନ

ବୁଝି ପାର ଜଟିଳ ଗଣିତ

ଭୁଲି ଗଲ  ମିଶାଣ ଫେଡାଣ


ଥରେ ମୋତେ ବ୍ୟଵଛେଦ  କରିଥିଲେ

ତୁମ ବିଜ୍ଞାନଗାର ରେ

ମାପି ଥାନ୍ତ ମୋ ହୃଦୟ

ଭଲ ପାଇବା ର ଦୈର୍ଘ୍ୟ ଆଉ ପ୍ରସ୍ଥ

ମୋ ମନର ନିଷିଦ୍ଧ ଫଳଟି

କେତେ ଥର ହୋଇ ଥିଲା ପତିତ

ନିଉଟନ  ଲ ପରି ତୁମକୁ

ଛୁଇଁ ବାର  କେତେ ଆକର୍ଷଣ

   ଏଡ଼େ ପାଠୁଆ  ଟେ

ଛାଡି ଲ ନି  ଲାଜୁଆ ଲାଜୁଆ  ପଣ

    ସତରେ

ମୁଁ ପରା ଦେଇ ଥିଲି ତୁମକୁ ମୋ  ମନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance