ଗରିବର ସ୍ବପ୍ନ
ଗରିବର ସ୍ବପ୍ନ


ସେଦିନ ବି ଦେଖିଥିଲା ସ୍ବପ୍ନଟିଏ
ସେ ଗରିବ ବାପୁଡା
"ମୁଁ ବି ଦିନେ ରାଜ ହେବି
ମୁଁ ବି ଦିନେ ଧନୀ ହେବି
ମୁଁ ବି ଦିନେ ଜ୍ଞାନୀ ହେବି !
ସ୍ବପ୍ନ କେବଳ ସ୍ବପ୍ନରେ ହିଁ ରହିଯାଏ
ନାଁ ସେ କେବେ ରାଜା ହୁଏ ନା ମନ୍ତ୍ରୀ
ଝୁଣି ଖାଇଯାନ୍ତି ସବୁଯନ୍ତ୍ରୀ ।
ସ୍ବପ୍ନ ହୋଇଯାଏ ଆକାଶ କୁସୁମ
ସୁନ୍ଦର ପରିବାରର ସ୍ବପ୍ନ ବି ଭାଙ୍ଗିଯାଏ
ଭାସିଯାଏ ଖୁସିର ଫରୁଆ
ମସିଯାଏ ସବୁସ୍ବପ୍ନ
ସେଇ ମହାରନବ ଜଳେ
ସେଇ ଦୂରବୁତଙ୍କ ପାଇଁ ।
କେହି ଜଣେ କହିବକି
କେଏ ହେବ ଦେବଦୂତ?
ଦେବ ନି ସେ ମିଛ ପ୍ରତିଶ୍ରୁତି
ଭାଙ୍ଗିବ ନି ଗରିବର ସ୍ବପ୍ନ
ସବୁଦିନ ସବୁରାତି ।
ଖୋଜିଲି ମୁଁ ଚତୁରଦିଗେ
ପାଇଲିନି ଗୋଟିଏ ବି ନର
ଜେଏ ଗରିବ ମୁହଁରେ
ଦାନା ମୁଠେ ଦେବ
ଅଥବା ହସଟିକେ ଫୁଟେଇବ ।