STORYMIRROR

ଅନିଲ କୁମାର ଲେଙ୍କା

Romance

3  

ଅନିଲ କୁମାର ଲେଙ୍କା

Romance

ପ୍ରିୟାର ଆଖି

ପ୍ରିୟାର ଆଖି

1 min
181

ଅଜଣା ଇଶାରେ ଅଦେଖା ଛବିରେ

    ଅଛି କେତେ ସୁପ୍ତ ଯାଦୁ

ତୁମ ସେ ଆଖିର ପ୍ରତିଟି ପଲକ

    ଲଙ୍ଘିପାରେ ସାତ ସିନ୍ଧୁ ।।


ପ୍ରୀତିର ପୁଲକେ ସ୍ମୃତିର ଝଲକେ

    ଅଧିର ଏ ମନ ଏତେ

କହିବିନି କେବେ ତୁମରି ନୟନେ

   ସପନ ଦେଖିଛି କେତେ ।।


ପ୍ରେମର ମହକ ଖେଳୁଛି ମନରେ

  ତୁମ ଆଖି ଧାରେ ଧାରେ

ଖୁସିର ଝରଣା ବହି ବହି ଗଲେ

  ଲାଜରେ କାହିଁ ମୁଁ ମରେ ।।


ଓଠ ଖୋଲି ଜମା କହି ପାର ନାହିଁ 

   ଆଖି ତୁମ କଥା କହେ

ଭାବନାରେ ସଦା ଚୁପି ଚୁପି ଆସି

   ମନକୁ ମଜେଇ ଦିଏ ।।


ତୁମ ପାଇଁ ମୋର ଲୁହର ଝରଣା

   ଆଖିରେ ଯାଉଛି ବହି

ସେଦିନକୁ ମୋର ରହିଛି ଅପେକ୍ଷା

  ମନ ଖୋଲି ଦେବ କହି ।।


ଜାଣିନି ମୁଁ ଅବା ଦେଖିନି ମୁଁ କେବେ

   ସପନେ ଆସୁଛ ନିତି

ହେଲେ ମୁଁ ପାଉନି କେଉଁଠି ଲୁଚିଛି

   ପ୍ରୀତି ବୋଳା ତୁମ ସ୍ମୃତି।।


ନୂଆ ଦୁନିଆରେ କରିଛ ଯେ ଘର

   ତୁମକୁ ସବୁ ତ ଜଣା

ନାଇଁ ରାଗ ରୁଷା ମାନ ଅଭିମାନ

   ପ୍ରେମର ତୁମେ ପାଉଣା ।।


ପ୍ରିୟାର ଆଖିରେ ଦୁନିଆ ଦେଖିବି

   ମନରେ ପାଞ୍ଚିଛି କେତେ

ସତ ମୋ ହୋଇବ ସପନ ରାଇଜ

   କାମନା ବିନାଶ ପଥେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance