ସମର୍ପିତା
ସମର୍ପିତା
ଏଇ ସେ : ଗୋଧୂଳି ସଂଧାର ସୁସଜ୍ଜିତା ନାୟିକା
ବକୁ ବଂଧୁର ଗ୍ରାମ୍ୟ ପଥରେ ବହି ଆଶେ
ମାୟାହ୍ନ ଅପରାହ୍ଣର ସୁମଧୁର ସୌରଭ
ଓଁକାରୀର ଓଁ ଓଁ ଶବଦରେ
ଅବା କାଟର ନିର୍ମୋହୀ ବାନାରେ
ଏବଂ ମିତା ତୁମ ରୂପର ଅନୈଦ୍ୟ ରୋଷଣୀରେ
ତୟାର ହୁଏ ଅଭିଶପ୍ତ ଗ୍ୟଧର ଅଫରଙ୍ଗ ଅସହାୟତା
ଯାହା ଏକିତ ରୂପେ ନିଜସ୍ୱ - ନିର୍ବେଦ-ନିର୍ବଶ୍ୟକ
ନିଜର ସର୍ବ ସମର୍ପି ଦେବାର ଅଠିତ ଭାବ
ସେ ଭାବର ଭେକ ଓ ଭିକ-ଉଭୟ ସଂତ୍ରସ୍ତ
ଏମିତି ନିରୁତା ସମର୍ପଣ ଯେ ଅନନ୍ୟ-ଅସାଧାରଣ
ଅନନ୍ତ ଆରମ୍ଭର ପହିଲି ପରଶରେ ପୁଲକିତ
ନୀଳ ଆକାଶର ସର୍ବବ୍ୟପୀ, ସର୍ବଗ୍ରାସୀ ମହିମାରେ
ମହିମାଳ୍ପିତ-ଗୌରବୋଜ୍ଜଳ ସେ ଇତିହାସର ପୃଷ୍ଠା
ସର୍ବଧର୍ମ ସମନ୍ୱୟର ସାମ୍ୟବାଦୀତା ଧାରାରେ ପରିପୃଷ୍ଟ
ନୈତିକ ମୂଲ୍ୟବୋଧର ପ୍ରଚାର ଓ ପ୍ରସାରରେ ନିମଜ୍ଜିତ
ଯୁଗ ସନ୍ଧୁର ଘଡିସନ୍ଧି ମୂହୁର୍ତ୍ତର ମହାନାୟକ
ଯେ କି, ଗୋଧୂଳି ଲଗ୍ନରେ ଫେରନ୍ତା, ପ୍ରୀତିଲଗ୍ନା ରୂପସୀକୁ
ଅକ୍ଟୋପସୀ ବାହୁବନ୍ଧନରେ ନିରସ୍ତ- ତରଙ୍ଗାୟିତ-ରୋମାଞ୍ଚିତ
ପରିଶେଷରେ ଗ୍ରାମ୍ୟ ପୁଷ୍କରିଣୀରେ ଦେଖାଦେବା
ଏକ ଅର୍ଦ୍ଧ ନିମୀଳିତ ଶ୍ଵେତପଦ୍ମ
ପଦ୍ମପତ୍ରର ଗାରେ ଭାସିଯିବ
ସବୁ ଦୁଃଖ, ଶୋକ, ଗ୍ଳାନି, ଲଜ୍ଜ୍ୟାର ଲତାଣୁ
ବ୍ୟଭିଚାର ଓ ଅବିଚାରର ଶବ୍ଦାୟିତ ଅରଣ୍ୟ ।

