ଗୋଧୂଳି ଲଗ୍ନରେ ଫେରୁଥିବା ଝିଅ ସମ୍ପର୍କରେ
ଗୋଧୂଳି ଲଗ୍ନରେ ଫେରୁଥିବା ଝିଅ ସମ୍ପର୍କରେ
ଗତ କେଇ ବର୍ଷ ହେଲା ମୁଁ ଦେଖୁ ଆସୁଛି
ଗୋଧୂଳୀ ଲଗ୍ନରେ ଫେରୁଥିବା ସେଇ ଝିଅଟିକୁ
ସେ ଆସିଛି ପଥକ୍ରାନ୍ତ ଶ୍ରମିକର ପ୍ରଶାନ୍ତ ପଦପାଦରେ
ଅଭୂମନ୍ୟୁର ଅପ୍ରତିହତ ଇଚ୍ଛା ଶକ୍ତିରେ
ଅନମନୀୟ ମାନସିକତାର ଅନ୍ତରଙ୍ଗ ଆଲିଙ୍ଗନରେ
ସେ ଆସେ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ବେଳାରେ
ବିଧ ନର୍ଦ୍ଦେଶିତ ଏକ ପ୍ରାକ ପ୍ରସ୍ତୁତ ପଥରେ
ତଥା ଅନାଗତ ଆଶଙ୍କା ଓ ସନ୍ତସତ ବର୍ତ୍ତମାନର ଏକ
ସନ୍ଦିଗ୍ଧ ମନୋବୃତିର ଅଜବ୍ ପରିଭାଷାରେ
ତାର ସମୟ, ପଥ ଓ ପ୍ରାରବ୍ଧ କେବେ ବଦଳି ନାହିଁ
ବଦଳୀଛି କେବଳ ତାର ଅଙ୍ଗ ସୈଷ୍ଠବ ଓ
ଆବରରି ଅଳଙ୍କରଶା
ସେ ସଦ୍ୟସ୍ନାତା ସୀମନ୍ତିନୀ ହେଉ ଅବା ହେଉ
ଚପଳା ଚଳଚଳା ବନବିହଙ୍ଗୀ କିଶୋରୀ
ବୟସର ବାସବର୍ଷା ସେ ଝିଅଟି ଚାଲି ଆସୁଅଛି
ଗୋଧୂଳି ଲଗ୍ନର ସାୟାହ୍ନ ଅନ୍ଧକାରରେ
ରୂପର ଅନିନ୍ଧା ରୋଷଣୀରେ ଝଲସାଇ
ଖଣ୍ଡମଣ୍ଡଳ-ଚଉଦ ବ୍ରହ୍ମାଙ୍କର ବିସ୍ତରି ଯାଉଛି
ଅନିର୍ବଚନୀୟ ସୌନ୍ଦର୍ଯ୍ୟର କୌମୁଦୀ ସୌରଭ
ଶିହରାଇ ତନୁମନ ସୃଷ୍ଟି କରି ସୀତ୍କାର ଓ ବେଥୁ
ପ୍ରତିଟି ସୃଜନଶୀଳ କଳାକାରର ଦେହମନରେ ଯାହା
ଟେକି ନେଉଛି ସ୍ରଷ୍ଟକୁ ସୃଷ୍ଟିର ଉଦ୍ଧତମ ପର୍ଯ୍ୟାୟକୁ
ଏଇ ଗୋଧୂଳି ଲଗ୍ନରେ ଫେରୁଥିବା ଝିଅଟି
ଜନ୍ମ ନେଇଛି ଅସଂଖ୍ୟା ଅନ୍ତର୍ଦାହ ଓ ଅଗଣିତ
ଦୀର୍ଘଶ୍ବାସ ଭରା ଉଲ୍ଲାସମୟ କୋଷକୁ
ଯାହା ଏ ଯାବତ୍ ଅନିବିଷ୍କୃତ-ଅନାଲୋଚିତ
ସମ୍ପର୍କର ସୁରମ୍ୟ ସୃଜନଶୀଳ ପରିଭାଷାରେ ଯାହା
କରାୟତ କରି ନିଏ ସସାଗରାଧରା
ଅନନ୍ତ ନୀଳିମାରେ ପରିବ୍ୟାପ୍ତ ଏକ ମହାଜାଗତିକ ସତା
ଦିଗନ୍ତ ବିସ୍ତାରୀ ମହକରେ ଯାହା ଆପଣେଇ ନିଏ
ସମସ୍ତ ସୃଜନଶୀଳ ପ୍ରତିଭାମାନଙ୍କୁ
ଗୋଧୂଳି ଲଗ୍ନରେ ଫେରୁଥିବା ଝିଅଟି ବାଟ କଢାଇ ନିଏ
ଆଗାମୀ ପୀଡିକୁ ସୃଷ୍ଟି କରେ ଅନୁପମ ସାଟ୍ରିକ ପରାକାଷ୍ଠା
ସୁତରା ଧୀର, ସଂଗୁପ୍ତ ଚାହାଣୀର ନମନୀୟ ତୀବ୍ରତାରେ
କୁଶବିଦ୍ଧ କରି ଯୁଗ ପୁରୁଷଙ୍କୁ ଯିଏ
ଖେଳେଇ ଦିଏ ଅଫୁରନ୍ତ ପ୍ରାଣ ପ୍ରାଚୁର୍ଯ୍ୟଭରା ଅନନ୍ୟ ମହକ
ଯାହା ଏ ଯାବତ୍ ଅନାଦିତ-
ଯାହା ବିସ୍ତାରିତ କରେ ମାନବବାଦର ଉତୁଙ୍ଗ ଶିଖର
ନୈତିକ ମୂଲ୍ୟବୋଧର ସଂପ୍ରସାରିତ ପରିସୀମା
ତଥା ପରିବର୍ତ୍ତିତ ଆଭିମୁଖ୍ୟ ଓ ସଂସ୍କାରବାଦୀ ଦୃଷ୍ଟିକୋଣର
ଉତରଦାୟୀ କର୍ମସଂସ୍କୃତି ଓ
ନିଃସ୍ୱାର୍ଥପର ସେବା ଓ ତ୍ୟାଗର ମହନୀୟ ପରମ୍ପରା
ସାମାଜିକ କତ୍ୟବ୍ୟବୋଧର ଆତ୍ମ ନିରୀକ୍ଷଣଭରା
ଆତ୍ମନେପଦୀ ଓ କାମନା ପରିହିତ କାର୍ଯ୍ୟକଳାପର
ଏକ ସୁମଧୁର ସଂଗମ ସଂଭାବନାମୟ
ଆଗାମୀ କ୍ଷଣର ସୁରଭିତ, ସପ୍ଲିକ, ସ୍ଵର୍ଣ୍ଣାଭ ସୂର୍ଯ୍ୟୋଦୟ ।

