STORYMIRROR

Umashankar Satpathy

Romance

3  

Umashankar Satpathy

Romance

ପ୍ରୀତି

ପ୍ରୀତି

1 min
324


ଆମ୍ବ ବଉଳର ବାସ୍ନା,

ଗଙ୍ଗଶିଉଳିର ସୁରଭି, 

ଫଗୁଣର ସାତରଙ୍ଗ 

ସ୍ୱପ୍ନିଳ ଆକାଶେ ତୁମ ପ୍ରତିଛବି

ଝରକା ବାଟ ଦେଇ

ଅନୁଭବି ଥିବା ସ୍ପର୍ଷ,

ସବୁ ଆଜି ଲାଗେ

ଅଡୁଆ ସୂତାର ଖିଅ। 

ଛୁଇଁବାକୁ ଡ଼ରେ ଏଇ

ଋଗ୍ନ ଦେହର ମାୟା,

ଦିନରେ ଯେମିତି ପୂର୍ଣ୍ଣମୀ ଚନ୍ଦ୍ରର କାୟା।

ଆଉ ତମେ ସଜାଡୁଛ ଦିପାଳି,

ବାକିଥାଇ ମଧ୍ୟ 

ସୂର୍ଯ୍ୟ ଆଲୋକର ଛାୟା।

ମାୟା ମରୀଚିକା ସାଜି,

ମନ ଉଠେ ମିଛେ ନାଚି ।

ଜଳାଇ ଜଳାଇ ମାରେ 

ସାରା ଜୀବନ ସେ,

ପ୍ରହେଳିକା ନୁହେଁ ପ୍ରୀତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance