ଶୂନ୍ୟ ସ୍ଥାନ
ଶୂନ୍ୟ ସ୍ଥାନ
ଖୋଲା ଆକାଶରେ
ବେସାହାରା ହୋଇ
ଉଡି ବୁଲୁଥିବା ବେଳେ,
ତୁମେ ଦେଲ ମତେ
ସବୁଜ ସଂକେତ ଗଢ଼ିବାକୁ ବସା
ଏଇ ମୋର ଛୋଟ ହୃଦୟରେ....
ନିର୍ଦ୍ୱନ୍ଦ୍ୱ, ନିଃସନ୍ଦେହରେ
ବିଶ୍ୱାସ ଜନ୍ମାଇ ହାତ ବଢ଼ାଇ
ଆଗେଇ ଆସିଲି ,
ବସା ବାନ୍ଧିଲି,
ମଧୁଝରା କଣ୍ଠରେ
ଗୀତ ବି ଗାଇଲି,
ନିରାଶ ଜୀବନେ
ବଞ୍ଚିବାର ଆଶା ଜନ୍ମାଇଲ....
ବନ୍ଧୁଠୁ ଅଧିକ ଭଲ ପାଇଲ,
ମୋର ଫୁଲ,ଫଳ,ଛାୟା
ତୁମ ପାଇଁ କରିଲି ମୁଁ ଦାନ ,
ତୁମର ମଧୁ ମୂର୍ଚ୍ଛନାରେ ,
ଛନ୍ଦରେ, ତାଳରେ ଭରିଗଲା
ଏଇ ଛୋଟ ହୃଦୟର ଶୂନ୍ୟସ୍ଥାନ !

