Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswash Polai

Tragedy

3  

Biswash Polai

Tragedy

ସକାଳ

ସକାଳ

1 min
206


ସକାଳୁଆ ଝାପ୍‌ସା ଝାପ୍‌ସା 

ମଉଳା ଅନ୍ଧାର ତାକୁ ନେଇ 

ଯେବେ କୁଆଁ ତାରା 

ମିଟିମିଟି ଆଖୁ ମାରେ 

ରାତିର ଶେଷ ପହର 

ଉଜୁଡା ଜହ୍ନକୁ ପାଖେ ପାଖେ 

ଧରି ଆସେ ସକାଳ 

ମୋ ଗାଆଁ ମାଟିରେ । 


କିଆ ବଣ ଲଟି 

 ଗୋଛି କଟା କୁମ୍ଭାଟୁଆ 

 ମାଳ ମାଳ ଡାହୁକଙ୍କ ରଡି 

 ଶେଷ ପହରିଆ ବିଲୁଆଙ୍କ 

 ହୁକେ ହୋ ଡାକରେ 

 ଅଣ୍ଡିରୀ ଗଂଜାର ଫୁଲଗୁଣା 

 କୁ କ୍ ଡାକରେ ସକାଳ ଆସେ ମୋ ଗାଆଁ ମାଟିରେ ।


ରଣା ବଣା ହେଇ ବେଣିଆ ପାହାନ ରଣା 

ସାହୁକାରର ଋଣ ଶୁଝିବ ବୋଲି ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାର ରାତିରୁ 

ରଣିବାପି ବଅଲ ହଳକୁ ଧରି ଯେବେ ଓଡ଼ା ବାନ୍ଧିଲାଣି ବଟ ପାହାରରେ 

ସେବେ ତ ସକାଳ ଆସେ 

ମୋ ଗାଆଁ ମାଟିରେ । 


ଝରା ମାଉସୀ ଯେବେ କାନଫୁସୀ ମାରେ 

ପାହାନ ଘରରି ସେ ସାନବୋହୂ କାନେ 

ଗାଧୁଆ ତୁଠରେ ମାଇପିଙ୍କ ଗହଣରେ 

ଏକଥାକୁ ନେଇ ଯେବେ ପାଟିତୁଣ୍ଡ ହୁଏ

ସେବେ ତ ସକାଳ ଆସେ ମୋ ଗାଆଁ ମାଟିରେ । 


ଏବେ ତ ଶୁଖୁଲାଣି ନଈ ତୁଠ ହଜିଲାଣି 

ବାଲି ଗଦାଗଦା ପୋଖରୀ ତୁଠରେ 

ସେ ମଜାଳିଆ ଗପ ଆଉ ଶୁଭେନାହିଁ 

ଜମେ ନାହିଁ ମାଇପିଙ୍କ ଭିଡ ସକାଳ ପହରୁ 

ଏବେ ଖାଲି ପାଣି ମୁନ୍ଦେ ପାଇଁ ଭିଡ ଜମେ ଟ୍ୟୁବ୍‌ଲ୍‌ ପାଇପ୍ ମୂଳରେ । 

ଥଙ୍ଗ ଥଙ୍ଗ ଶଙ୍କିଲା ମନକୁ ନେଇ ଏବେ ତ ସେଇ ସକାଳ ଗାଏ ଖାଲି 

ମାଲକୋଷ ରାଗ ଭିଡାଭିଡି ମଣିଷଙ୍କ ହଣାକଟା ଉଦ୍ଦାମ ସଂଗୀତ ।



Rate this content
Log in

More oriya poem from Biswash Polai

Similar oriya poem from Tragedy