STORYMIRROR

Biswash Polai

Abstract Tragedy Fantasy

3  

Biswash Polai

Abstract Tragedy Fantasy

ମୋ ଦେଶ

ମୋ ଦେଶ

1 min
143

ଯେଉଁ ଦେଶରେ ମୁଁ ଜନମ ଲଭିଛି

    ପୁଣ୍ୟ ମୋ ଭାରତ ଭୂଇଁ

ତାହାରି ଜଳରେ ଗଢା ମୋ ଜୀବନ

    ପବନ ଦେଉଛି ଛୁଇଁ।


ଭାରତ ବର୍ଷର ଓଡ଼ିଶା ପ୍ରଦେଶ

  ପ୍ରିୟ ମୋ ସରଗ ଭୂଇଁ

ପ୍ରତିଟି ଶିଳା ରେ ଦେଖେ ଶାଳଗ୍ରାମ

   ମୋ ମନ ଦେଉଛି କହି।


ପ୍ରତି ବୃକ୍ଷ ଦିଶେ କଳ୍ପବଟ ଭଳି

   ଗିରି ଝରଣା ସାଗର 

ସବୁଠି ଦେଖୁଛି ଜଗନ୍ନାଥ ମୟ

   ପୁଣ୍ୟ ଓଡ଼ିଶା ମୋହର।


ଅହିଂସା ର ମନ୍ତ୍ର ଗୁଞ୍ଜରିତ ହେଲା

   ଧଉଳିଗିରିର ପ୍ରାନ୍ତେ

ପ୍ରସରି ଯାଇଛି ସାରା ଜଗତକୁ

  ଇତିହାସ ଲେଖା ମତେ।


ଚାରି ଧାମ ବୁଲି ଶେଷରେ ଆସିଲି

    ନୀଳାଚଳ ପୁରୀ ଧାମ

କାଳିଆ ସାଆନ୍ତ ଲୀଳା ଖେଳା ଆହା

    ପ୍ରାଣେ ଦିଅଇ ସ୍ପନ୍ଦନ।


ଧନ୍ୟ ମୋ ଭାରତ ଧନ୍ୟ ମୋ ଓଡ଼ିଶା

     ଗର୍ବ ଅନୁଭବ କରି

ଜଗନ୍ନାଥ ସ୍ଵାମୀ ନିତି ସ୍ମରି ସ୍ମରି

   ଏ ଜୀବନ ଯାଉ ସରି।


Rate this content
Log in

More oriya poem from Biswash Polai

Similar oriya poem from Abstract