STORYMIRROR

RUKEYA JABEEN

Tragedy

3  

RUKEYA JABEEN

Tragedy

କୁମ୍ଭୀର କାନ୍ଦଣା

କୁମ୍ଭୀର କାନ୍ଦଣା

1 min
171

ଖୁବ୍ ନିଷ୍ଠୁର ଏଇ ବ୍ୟଥାଟା

ନା ଜୀବନ ନିଏ, ନା ଜିଇଁ ବାକୁ ଦିଏ

ମେଞ୍ଚା ମେଞ୍ଚା କରି ଆମ୍ପୁଡେ, କାମୁଡେ

ଅଦୃଷ୍ଟ ଶକ୍ତି ସାଜି ଦିବାନିଶି କେଞ୍ଚେ

ତା'ର ନିଃଶବ୍ଦ ପ୍ରହାରଟା ଯେ ମନ, ପ୍ରାଣ,ଶରୀର

ତଥା ଅଙ୍ଗେ ଅଙ୍ଗେ ଚିତ୍କାର କରେ

କିନ୍ତୁ ଭାଷା ତା'ର ଅବୁଝା ଅଶୁଣା ।


ଏ ପୀଡ଼ା ର ପରିଭାଷା ବୁଝେ

ସେଇ ନିରୀହ, ନିରୁପାୟ ପୀଡକ

ଯିଏ ତାକୁ ଅନର୍ଗଳ ଗିଳିବାରେ ଅଭ୍ୟସ୍ତ

ଅବା ସେଇ ସଦୟ ହୃଦୟ

ଯିଏ ଅବାକ୍ୟରେ ସବୁ ବୁଝିବାର କ୍ଷମତା ରଖେ

ଯାହାର କୋମଳ ସ୍ପର୍ଶ ମାତ୍ର

ଯନ୍ତ୍ରଣାରେ ଉତକ୍ଷିପ୍ତ ବିଭିଷୀକା ମାନଙ୍କୁ

ଶୀତଳ କରି ପାଉଁଶରେ ପରିଣତ କରିପାରେ ।


ନ ହେଲେ

ବାକି ସାରା ଦୁନିଆଟା ପାଇଁ

ବେଦନାର ତୀବ୍ରତା

ଯେ ଗୋଟିଏ ମନ୍ଦ ମନୋବୃତ୍ତି ବାହାନା

ଦର୍ଜ ଜର୍ଜରିତ ଲୁହ ବି ତଦନୁରୂପ ଛଳନା

ସବୁକିଛି କେବଳ କୁମ୍ଭୀର କାନ୍ଦଣା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy