STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ପାର୍ବଣର ପ୍ରଦୂଷଣ

ପାର୍ବଣର ପ୍ରଦୂଷଣ

1 min
180


ପାର୍ବଣର ଋତୁ ସରିଗଲା ପରେ

ଦେବାଦେବୀ କଲେ ସ୍ଵଗୃହେ ପ୍ରସ୍ଥାନ

ଚାରିଆଡ଼େ ଖାଲି ପ୍ରଦୂଷଣ

ଆଉ ନିରୁତା ପ୍ରଦୂଷଣ

ଜଳ ପ୍ରଦୂଷଣ ବାୟୁ ପ୍ରଦୂଷଣ

ଧ୍ୱନୀ ପ୍ରଦୂଷଣ ସାଂସ୍କୃତିକ ପ୍ରଦୂଷଣ!!

ପାର୍ବଣର ନାମ ବହି

ମଦ - ମାଂସ - ରକ୍ତର ଅବାରିତ ବନ୍ୟା

ମା'ର ପାର୍ବଣେ ଅପମାନିତା କନ୍ୟା

ମାନବିକତାର ସ୍ଥାନ ନେଇଛି ପାଶବିକତା

ଜୀବେ ଦୟା ପରମ ଧର୍ମର ମନ୍ତ୍ର

ଆଜି ସୁଦୂର ପରାହତ!!

ପରମ୍ପରା - ସଂସ୍କୃତି - ପ୍ରତିଷ୍ଠା - ପ୍ରତିପତ୍ତି

ନାମେ ଘୃଣ୍ୟ ଜୀବ ବଳି ପ୍ରଥା

ନିରୀହ ପ୍ରାଣୀର ରକ୍ତର ବନ୍ୟାରେ

ଉଛୁଳି ଉଠୁଛି ଦେବାଳୟ

ମଣିଷ ମନରେ କିଆଁ ନାହିଁ

ଗ୍ଲାନି ତିଳେ ମାତର!!

ମହିଷାସୁର ବଧ ଲଙ୍କାସୁର ଦାହର

ମଜା ନେଇ ନେଇ ଏଇ ମଣିଷ

ମାନବିକତା ଦେବତ୍ୱକୁ ଭୁଲି

ପାଲଟିଲାଣି ସ୍ଵୟଂ ଅସୁର

ହିତାହିତ ଜ୍ଞାନ ହେଲାଣି ପାଶୋର!!

ବଢ଼ୁଛି ମୃଣ୍ମୟୀ ପ୍ରତିମା ପୂଜା

ମାତ୍ର ବଦଳୁନି ଲୋକ ଚରିତ୍ର

ମାତୃ ଜାତିର ସମ୍ମାନ ଭୂଲୁଣ୍ଠିତ

ପାବନ ପାର୍ବଣ ନାମରେ

ଅବାରିତ ମାନସିକ ପ୍ରଦୂଷଣ

ଆମେ ସବୁ ସହୁଥିବା

ଆଉ କେତେ ଦିନ???

ପାର୍ବଣର ଅନ୍ତରାଳେ

ପ୍ରଦୂଷଣର ତାଣ୍ଡବ

ନୀରିହ ପରାଣ ଆମ୍ଭର

ତିଷ୍ଠିବ କେମନ୍ତ???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy