STORYMIRROR

Ajit Kumar Raut

Abstract Tragedy

3  

Ajit Kumar Raut

Abstract Tragedy

ପରୀର କାହାଣୀ

ପରୀର କାହାଣୀ

1 min
177


ଡାକନାମ ତାର ଥିଲାଟିରେ ପରୀ

ଗାଆଁର ପରା ସେ ଝିଅ,

ଅତି ହିଁ ସୁନ୍ଦର ଝିଆ କୃଷକର 

ଗୁଣରେ ସମ୍ପନ ଝିଅ।


ପଢାରେ ପ୍ରଖର ଅତି ଗୁଣବତ୍ତା

ଥିଲାଟି ଆଦର ଅତି,

ଶ୍ରେଣୀରେ ପ୍ରଥମ ରହୁଥିଲାସଦା

ଶିକ୍ଷକେ ପ୍ରଶଂସା ଅତି।


ପଢିବାକୁ ଗଲା ସହରକୁ ଝିଅ

ପଢୁଥିଲା ଆନନ୍ଦରେ,

ଥିଲେଖୁସି ଅତି ପିତୃମାତୃତାର

ଝିଅରଟି ପ୍ରଶଂସାରେ।


ଯୁବାବୟସଟି ପ୍ରେମେପଡ଼ିଝିଅ

ନର୍କ ତା ଜୀବନ କଲା,

ପ୍ରେମୀକା ତାହାର ହୃଦୟହୀନସେ

ପ୍ରେମୀଛାଡ଼ି ଚାଲିଗଲା।


ଗର୍ଭବତୀ ଥିଲା ପରୀ ଝିଅ ଯହିଁ

ପ୍ରେମିକା ନ ଆସିଲା ତହିଁ,

ବୁଦ୍ଧି ନଦିଶିଲା କି କରିବ ସେହୁ

ବାଟ ଚାହୁଁ ଥାଏ ଯହିଁ।


ନାରୀ ନାରାୟଣୀ ଆଦିଶକ୍ତି ମାତା

ସନ୍ତାନେ ମମତା ଯହିଁ,

କଲା ନାହିଁ ସେହୁ ଗର୍ଭପାତ ଗର୍ଭୁ

ସହି ଅପମାନ ତହିଁ।


କେତେ ଅପମାନ ଗୃହ ଓ ସମଜେ

ହୃଦେ ସବୁ ସହି ଗଲା,

ଜନମ ଦେଲା ସେ ଦଶମାସେ ପୁତ୍ର

ଖୁସିଟି ତହୁଁ ହୋଇଲା।


ଶିକ୍ଷିତଟି ପରା ଅଛି ବିଦ୍ୟା ବୁଦ୍ଧି

ଯତ୍ନେ ପୁତ୍ରକୁ ପାଳିଲା,

କାର୍ଯ୍ୟକରି ସେହୁ ଶିକ୍ଷା ଦେଲା ପୁତ୍ରେ

ପୁତ୍ରକୁ ମନୁଷ୍ୟ କଲା।


କେତେଯେ ନିର୍ଲଜ ପୁରୁଷ ଛାତିଟା

ପ୍ରେମ କରି ଧକ୍କା ଦିଏ,

ମଝି ଧାରେ ସେହୁ ଛାଡି ଚାଲି ଯାଏ

ଜୀବନେ ଦେଖା ନଦିଏ।


ଏପରିକି ପୁରୁଷେ କଠୋର ଦଣ୍ଡିତ

ଅତି ପ୍ରୟୋଜନ ରାଷ୍ଟ୍ରେ,

ନାରୀ ନିର୍ଯ୍ୟାତନା ନାରୀ କି ସହିବ 

ନାରୀ ହିଁ ଆଗୁଆ ରାଷ୍ଟ୍ରେ।


ଆତ୍ମହତ୍ୟା କରେ କେଉଁ ନାରୀ ରାଷ୍ଟ୍ରେ

ପୁରୁଷ ଜାତିର ପାଇଁ,

ଲଜ୍ୟା ଓ ଶରମ ନାହିଁ ପୁରୁଷରେ

ପ୍ରେମତ କାମନା ପାଇଁ।


ଲୋକ ନିନ୍ଦା ସହି ପୁତ୍ରକୁ ପାଳିଲା

ବଳିଦାନ ତାର କେତେ,

ଗର୍ଭେ ଅଙ୍କୁରିତ ସନ୍ତାନ ଜନମ

ନାରୀର ମମତା କେତେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract