STORYMIRROR

Alaka Nanda

Tragedy

3  

Alaka Nanda

Tragedy

ଯାତ୍ରା

ଯାତ୍ରା

1 min
176

ସେ ଦିନ କାଳ ରାତି ଥିଲା,

ମୋ ପାଇଁ ସହିବା କଷ୍ଟ ଥିଲା।

ନଉକା ବିହାରେ ବାହାରି ଥିଲୁ,

ପୂରା ପରିବାର ଏକାଠି ଥିଲୁ।

ଚିଲିକା ନଦୀ ର ଛାତି ଉପରେ,

ଚାଲିଲା ନଉକା ଧୀରେ ଧୀରେ।

ନଦୀ ର ଢେଉ ରେ ନାଆ ଟଳମଳ,

ଆନନ୍ଦେ ଝୁମିଲା ମୋ ପରିବାର। 

ସେଇ ଅନୁଭବ କି ମନୋହର!

ଆସିଲା କାହୁଁ ଗୋଟେ ଜୁଆର,

ଓଲଟି ପଡିଲା ନାଆ ଆମର।

ଭାସିଗଲେ ମୋର ପୂରା ପରିବାର,

ମିଳିଲାନି ଆଉ ଶବ ତାଙ୍କର। 

ଶେଷ ଯାତ୍ରା ଥିଲା ସେଦିନ ଆମର,

 ଖାଲି ରହି ଗଲା ଜୀବନ ମୋର।

ତା ପରେ ଯାତ୍ରା ମୁଁ କରିନି କେବେ,

ମନ ମୋର କାନ୍ଦେ ଭାବିଲେ ଏବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy