STORYMIRROR

Anuradha Kar

Tragedy Others

3  

Anuradha Kar

Tragedy Others

ମୁଁ ବି ଗୋଟିଏ ଝିଅ

ମୁଁ ବି ଗୋଟିଏ ଝିଅ

1 min
166

ମୁଁ ବି ଗୋଟିଏ ଝିଅ          

ଅଭିନୟ କରି ଉପରକୁ ହସେ

          ଲୁଚାଇ ନିଜର ଲୁହ

          ମୁଁ ବି ଗୋଟିଏ ଝିଅ।

ମୁଁ ବି ଗୋଟିଏ ଝିଅ

         ସବୁବେଳେ ମତେ ଶୁଣିବାକୁ ପଡେ

         କାହିଁ ହେଲୁନାହିଁ ପୁଅ

         ମୁଁ ବି ଗୋଟିଏ ଝିଅ।

ମୁଁ ବି ଗୋଟିଏ ଝିଅ

         ଯେଉଁ ଘରେ ଦିନେ ଜନ୍ମହୋଇଥିଲି 

         ତାହା ବି ନିଜର ନୁହଁ

         ମୁଁ ବି ଗୋଟିଏ ଝିଅ।

ମୁଁ ବି ଗୋଟିଏ ଝିଅ

       ନ୍ୟାୟ ପାଇଁ ଯେବେ ପାଟି ମୁଁ ଖୋଲିଲି 

        ବନ୍ଦ କରାଗଲା ମୁହଁ

        ମୁଁ ବି ଗୋଟିଏ ଝିଅ।

ମୁଁ ବି ଗୋଟିଏ ଝିଅ

           ପର ଧନ ବୋଲି ପର କରିଯାଏ

           ତୁଟାଇ ଘରର ମୋହ 

           ମୁଁ ବି ଗୋଟିଏ ଝିଅ।

ମୁଁ ବି ଗୋଟିଏ ଝିଅ

           ପରକୁ ନିଜର ଆଦରିଲା ପରେ 

           ପାଏ ନାହିଁ ସେଠୁ ସ୍ନେହ

           ମୁଁ ବି ଗୋଟିଏ ଝିଅ।

ମୁଁ ବି ଗୋଟିଏ ଝିଅ

        ଦୋଷ ନଥାଇବି ଦୋଷୀ ହୋଇଯାଏ

         ଅନ୍ୟକୁ କରି ଭୟ

         ମୁଁ ବି ଗୋଟିଏ ଝିଅ ।

ମୁଁ ବି ଗୋଟିଏ ଝିଅ

         କୁହାଗଲା ମତେ ସବୁ ତୁ ସହିବୁ 

         ଖୋଲିବୁନି କେବେ ମୁହଁ

         ମୁଁ ବି ଗୋଟିଏ ଝିଅ।

ମୁଁ ବି ଗୋଟିଏ ଝିଅ

      ସ୍ୱାଧୀନତା ସହ ବଞ୍ଚିବାକୁ ଚାହେଁ

      କାହା ତୁଳନାରେ ନୁହଁ

       ମୁଁ ବି ଗୋଟିଏ ଝିଅ ।।            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy