STORYMIRROR

Anuradha Kar

Others

3  

Anuradha Kar

Others

ଅପେକ୍ଷା

ଅପେକ୍ଷା

1 min
159


କଥା ଦେଇ ମତେ ଯାଇଛ ସେଦିନୁ

    ଆଉ ଜମା ଫେରିିିିିନାହଁ 

ତୁୁମରି ବାଟକୁ ଅପେକ୍ଷା କରିିକି 

    ଶୁଖି ଗଲାଣି ମୋ ଲୁହ 


ପ୍ରତ୍ୟେକ ଦିନ ମୁଁ ତୁମରି ସ୍ମୃତିକୁ 

   ହୃଦୟେ ଜାବୁଡ଼ି ରଖେ

ସେଥିପାଇଁ ବୋଧେ ତୁମ ଉପସ୍ଥିତି

  ଲାଗେ ମୋର ଅତି ପାଖେ 


କହିଯାାଇଥିଲ ସଅଳ ଫେରିବି 

  ଚାହିଁ ଥା ତୁ ମୋ ବାଟ

ଚାହିଁ ଚାହିଁ ଦିନ ଗୁଡା ବିତିଯାଏ 

   ସୂରୁଜ ହୁଅଇ ଅସ୍ତ 


ମନର କୋହକୁ କାହାଗେ ନ କହି 

   ଅପେକ୍ଷା କରିଛି ଆଜି

ଆଖିର ଲୁହକୁ ଓଠେ ପିଉଅଛି

   ତୁୁମରି ବାଟକୁ ଖୋଜି 


ଅପେକ୍ଷାର ଆଜି ଅନ୍ତ ଘଟିିଅଛି 

   ଫେରିଲନି ବୋଲି ତୁମେ 

ତଥାପି ଏ ମନ ଅପେକ୍ଷା କରିିବ 

   ସବୁ ଦିନେ ସବୁ ଜନ୍ମେ 

                



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍