STORYMIRROR

Anuradha Kar

Tragedy Classics Others

3  

Anuradha Kar

Tragedy Classics Others

ଗୋଲାପ

ଗୋଲାପ

1 min
192

ମନ ବଗିଚାର ଗୋଲାପ ଫୁଲକୁ

   ଯତନେ ବଢେଇ ଥିଲି

କୋଉ ମାଳି ଆସି ନେଇଗଲା ତୋଳି

   ମୁଁ ଯେ ଜାଣି ନ ପାରିଲି

ମୋ ମନର ସେଇ ନାଲି ଗୋଲାପଟି 

    ଥିଲା ସଭିଙ୍କଠୁ ଭିନ୍ନ

ସେଥିପାଇଁ ତାକୁ ହୃଦ ସିନ୍ଦୁକରେ

    ଦେଇ ରଖିଥିଲି ମନ

ସ୍ମୃତି ଗୋଲାପ ମୋ ବହି ମଲାଟର

    ପ୍ରଥମ ପୃଷ୍ଠାର ଚିତ୍ର

ବହି ଖୋଲିଦେଲେ ମନେପଡେ ମୋର

    ଆମ ସେ ପ୍ରେମର ପତ୍ର

ପାଣି ଟୋପା ପରି ମୋ ମନ ଗୋଲାପ

     ଢଳ ଢଳ ପରି ଦିଶେ

କଣ୍ଟା ଥାଇ ମଧ୍ୟ ମୋ ନାଲି ଗୋଲାପ

    ଖିଲି ଖିଲି ହୋଇ ହସେ

ମୋ ଆଖିର ସେଇ ସ୍ବପ୍ନର ଗୋଲାପ

    କେଉଁଠି ଯାଇଛି ହଜି

 ସବୁ ବଗିଚା ମୁଁ ବୁଲି ସାରିଲିଣ

    କୋଉଠୁ ପାଉନି ଖୋଜି ।

              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy