Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Naliniprava Subudhi

Tragedy

3  

Naliniprava Subudhi

Tragedy

ମନ୍ଦିର ମାଳିନୀ ଭୁବନେଶ୍ୱର

ମନ୍ଦିର ମାଳିନୀ ଭୁବନେଶ୍ୱର

1 min
125


ଏକାମ୍ର କାନନ ଭୁବନେଶ୍ୱର

ହରପାର୍ବତୀ ଙ୍କ ସଦା ବିହାର

ପୂଜା ପାଉଛନ୍ତି ଭୋଳାଶଙ୍କର

ପାତକ ହାରନ୍ତି ଚନ୍ଦ୍ରଶେଖର

ଦେବ ଦେବ ହର ଶିବଶଙ୍କର 

ମନ୍ଦିରମାଳିନୀ ଭୁବନେଶ୍ୱର ।


ପୂରୁବ ଗୌରବ ଅଛି ନଜିର

ସେବକ ପୂଜନ୍ତି ପାର୍ବତୀ ହର

ଦୟାସାଗର ସେ ତ୍ରିଶୂଳଧର

ଭକତ ଇପ୍ସିତ ଦିଅନ୍ତି ବର

ଦେବ ଦେବ ହର ଶିବଶଙ୍କର 

ମନ୍ଦିର ମାଳିନୀ ଭୁବନେଶ୍ୱର  ।


ଶିବଲିଙ୍ଗେ ବାଜି ଗଡୁ ଓ ଗରା

କାଂସ୍ୟ ଓ ପିତଳ ସୁବର୍ଣ୍ଣେ ଭରା

ଢାଙ୍କୁଣି ଲାଗିଲା ଲିଙ୍ଗ ଉପର

ପାତାଳି ହୋଇଲେ ପାର୍ବତୀ ହର

ଦେବ ଦେବ ହର ଶିବଶଙ୍କର 

ମନ୍ଦିର ମାଳିନୀ ଭୁବନେଶ୍ୱର  ।


ମଝିରେ ସରୋବର ବିନ୍ଦୁସାଗର

ପବିତ୍ର ସେ ଜଳ ଅତି ନିର୍ମଳ

ବିନ୍ଦୁଵିନ୍ଦୁ ମିଶି ନଦୀର‌ ଜଳ

ପାପ ଵିନାଶିନୀ କଳ୍ପ ଯୁଗର

ଦେବ ଦେବ ହର ଶିବଶଙ୍କର 

ମନ୍ଦିର ମାଳିନୀ ଭୁବନେଶ୍ୱର  ।


ପିତୃ ଶ୍ରାଦ୍ଧ ଦ୍ୟନ୍ତି ଭକ୍ତେ ସକଳ

ବୈକୁଣ୍ଠ ପ୍ରାପ୍ତି ହୁଏ ସଫଳ

ମୋକ୍ଷର ମାର୍ଗ ହୁଏ ତାଙ୍କର

ଜନ୍ମଜନ୍ମାନ୍ତର ବନ୍ଧନୁ ହୁଅନ୍ତି ପାର

ଦେବ ଦେବ ହର ଶିବଶଙ୍କର 

ମନ୍ଦିର ମାଳିନୀ ଭୁବନେଶ୍ୱର  ।


କଥା ରହିଅଛି ପ୍ରାଚୀନ କାଳର

କେଦାର ଗୌରୀ ପ୍ରେମ ସ୍ଵାକ୍ଷର

ଜଣେ ପାଇଁ ଜଣେ ଆତ୍ମହୁତିର

ପ୍ରେମରେ ପୂଜିତ ସାରା ସଂସାର

କେଦାର ଗୌରୀ ନାମଟି ସାର

ଦେବ ଦେବ ହର ଶିବଶଙ୍କର 

ମନ୍ଦିର ମାଳିନୀ ଭୁବନେଶ୍ୱର ।



Rate this content
Log in

Similar oriya poem from Tragedy