ହରାଇଥିବା ର ଦୁଃଖ
ହରାଇଥିବା ର ଦୁଃଖ
ବାର ବର୍ଷ ହେଲା ମାନସ ପଟରୁ ଲିଭୁନାହିଁ ଆରେ ଧନ
କେମିତି ଭୁଲିବି ସେ ଚିତ୍ର ପ୍ରତିମା ମୋ ହୃଦ ଅମୂଲ୍ୟ ରତ୍ନ
ସୁବର୍ଣ୍ଣ ଚଢେଇ ଅଜାଚିତେ ବିହି ଧରାଇ ଦେଇ ମୋ ହାତେ
ଭଣ୍ଡାଇ ଦେଲା ସେ ଯାଣିତ ନଥିଲି ଏଡେ ସେ ନିର୍ଦୟ ଟେ ।
ଅବିରତ ଲହୁ ଲୁହ ହୋଇ ଝରେ ଅନ୍ଧ କରି ଦେଇ ଗଲୁ
ଦୁଇଟି ଜୀବନ ଛଟପଟ ହୁଏ ତୁ କାହୁଁ ତାହା ବୁଝିବୁ
ତୋତେ ନେଇ କେତେ ସପନ ଧନରେ ପାଣିରେ ଗଲା ମିଳାଇ
ତୋ ବିହୁନେ ଆମେ ମରି ବି ବଞ୍ଚିଛୁ କାଠମୁଁହ ଗୋଟେନେଇ ।
ଧିକ ଏ ଜୀବନ କେଡେ ହୀନିମାନ କେତେ ନିଉଛଣା ଜୀବ
ଅମୂଲ୍ୟ ରତନ ହରାଇ ଏବେବି ଦେଖାଉଛି ବସି ମୁହଁ
ଉସୁନା ଧାନ କି ଗଜା ହେବ ଆଉ ଯିଏ ଗଲା ସିଏ ଗଲା
ସାରା ଜୀବନଟା ଛଟପଟ ଖାଲି ତୋ ପାଇଁ ଏ ପ୍ରାଣ ପାରା ।
ଅଚିନ୍ତା ରେ ସୁଖେ ଚାଲିଗଲୁ ଧନ ତୋ ଚିନ୍ତା ରେ ଖାଲି ଲୁହ
ଯେଉଁଠି ଅଛୁ ତୁ ସୁଖରେ ଥା’ରେ (ଆଉ) ମୃତ୍ୟୁକୁ ନାହିଁ ମୋ ଭୟ ।