STORYMIRROR

Prafulla Chandra Mishra

Tragedy

3  

Prafulla Chandra Mishra

Tragedy

ହରାଇଥିବା ର ଦୁଃଖ

ହରାଇଥିବା ର ଦୁଃଖ

1 min
212


ବାର ବର୍ଷ ହେଲା ମାନସ ପଟରୁ ଲିଭୁନାହିଁ ଆରେ ‌ଧନ

କେମିତି ଭୁଲିବି ସେ ଚିତ୍ର ପ୍ରତିମା ମୋ ହୃଦ ଅମୂଲ୍ୟ ରତ୍ନ

ସୁବର୍ଣ୍ଣ ଚଢେଇ ଅଜାଚିତେ ବିହି ଧରାଇ ଦେଇ ମୋ ହାତେ

ଭଣ୍ଡାଇ ଦେଲା ସେ ଯାଣିତ ନଥିଲି ଏଡେ ସେ ନିର୍ଦୟ ଟେ ।


ଅବିରତ ଲହୁ ଲୁହ ହୋଇ ଝରେ ଅନ୍ଧ କରି ଦେଇ ଗଲୁ

ଦୁଇଟି ଜୀବନ ଛଟପଟ ହୁଏ ତୁ କାହୁଁ ତାହା ବୁଝିବୁ

ତୋତେ ନେଇ କେତେ ସପନ ଧନରେ ପାଣିରେ ଗଲା ମିଳାଇ

ତୋ ବିହୁନେ ଆମେ ମରି ବି ବଞ୍ଚିଛୁ କାଠମୁଁହ ଗୋଟେନେଇ ।


ଧିକ ଏ ଜୀବନ କେଡେ ହୀନିମାନ କେତେ ନିଉଛଣା ଜୀବ

ଅମୂଲ୍ୟ ରତନ ହରାଇ ଏବେବି ଦେଖାଉଛି ବସି ମୁହଁ 

ଉସୁନା ଧାନ କି ଗଜା ହେବ ଆଉ ଯିଏ ଗଲା ସିଏ ଗଲା

ସାରା ଜୀବନଟା ଛଟପଟ ଖାଲି ତୋ ପାଇଁ ଏ ପ୍ରାଣ ପାରା ।


ଅଚିନ୍ତା ରେ ସୁଖେ ଚାଲିଗଲୁ ଧନ ତୋ ଚିନ୍ତା ରେ ଖାଲି ଲୁହ

ଯେଉଁଠି ଅଛୁ ତୁ ସୁଖରେ ଥା’ରେ (ଆଉ) ମୃତ୍ୟୁକୁ ନାହିଁ ମୋ ଭୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy