STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଜୀବନଟା ଲାଗେ

ଜୀବନଟା ଲାଗେ

1 min
146


   କାହିଁକି କେଜାଣି 

  ଏବେ ଜୀବନ ଟା ଲାଗେ ଫିକା ଫିକା

   ଯନ୍ତ୍ରଣା ଜର୍ଜରିତ 

   ମନଟା ଲାଗେ ଫାଙ୍କା ଫାଙ୍କା

   ଜୀବିକା ଏବେ ଜଞ୍ଜାଳ ଯୁକ୍ତ

    ସବୁଠି ଅବିଶ୍ବାସ ର ବାତାବରଣ

    ସବୁଠାରେ ଖାଲି ଧୋକା ଆଉ ଧୋକା ।


     ନୀରବ ନିଶ୍ଚଳ ଆଜି

     ଏ ସଭ୍ୟ ଶିକ୍ଷିତ ମାନବ ସମାଜ

     ଚତୁର୍ଦ୍ଦିଗେ ଦୃଶ୍ୟମାନ କେବଳ

     ଶିକ୍ଷା, ଅଶିକ୍ଷା, କୁ ଶିକ୍ଷାର ବୋଝ

     ନୀତି ଆଦର୍ଶ ର ନାହିଁ କିଛି ମୂଲ୍ୟ

     ଅଯୋଗ୍ୟ ପାଆନ୍ତି ଏଠି

     ସମ୍ମାନ ର ଫୁଲ

     ଚୋର ଖଣ୍ଟ ଏଠି ପାଆନ୍ତି ପୂଜା

     ନିରଳସ, ସଚ୍ଚୋଟ 

     ମଣିଷ ମାନଙ୍କ ଉଡିଯାଏ ଧ୍ଵଜା ।


    ସତ୍ୟନିଷ୍ଠ ମଣିଷ ଟି 

    ସବୁ କ୍ଷେତ୍ରେ ପାଏ ନିନ୍ଦା ଅପବାଦ

    କର୍ମଠ ମଣିଷ ମାନେ   

    କର୍ମେ ତାଙ୍କ ନ ପାଆନ୍ତି ଆନନ୍ଦ

    ଖଟିଖିଆ ମଜୁରିଆ 

    ପାଏନି ତା ଶ୍ରମର ମୂଲ୍ୟ

    କୃଷକ ଟି ହରାଏ ଜୀବନ

    ହୋଇ କଲବଲ

    ସବୁଠି ନିଯୁକ୍ତି ଆଜି ହେଉଅଛି ଠିକା

    ସେହି ଶ୍ରମିକ ଶୋଷିତଙ୍କ ରକ୍ତେ

    ସମାଜର ବଡ଼ପଣ୍ଡା 

    ପିନ୍ଧନ୍ତି ବିଜୟର ଟୀକା 

    ସେ ପାଇଁ ବୋଧହୁଏ

    ଜୀବନ ଟା ଲାଗେ ଫିକା ଫିକା

    ଯନ୍ତ୍ରଣା ଜର୍ଜରିତ ମନଟା

    ଲାଗେଫାଙ୍କା ଫାଙ୍କା ।


    ସବୁଠି କେବଳ ଶୋଷଣ

    ସବୁଠି ଲୁଣ୍ଠନ

    ସବୁଠି କେବଳ

    ଦୁର୍ନୀତି ର ପଚା ଗନ୍ଧ l

    ସବୁଠି କେବଳ ମିଛ ପ୍ରତିଶ୍ରୁତି

    ଡାହା ମିଛ ସ୍ଲୋଗାନ ମାନ

   ମାଳ ମାଳ ଯୋଜନା ସାଙ୍ଗକୁ

    ମାଳ ମାଳ ମନ ମତାଣିଆ

    ନିର୍ବାଚନ ଇସ୍ତାହାର ମାନ l


    କାହିଁକି କେଜାଣି

    ଏ ନୀରିହ ନିଷ୍କପଟ ଜନତାଗୁଡା

    ପାଲଟୁଛନ୍ତି ସମ୍ପୂର୍ଣ୍ଣ ବୋକା

    ତାଙ୍କ ମନ ଓ ବିବେକ କି ତାଙ୍କୁ l

    ଦେଉଅଛି ଧୋକା

   ସେ ପାଇଁ ରଙ୍ଗୀନ୍ ଭାଷଣ ସାଙ୍ଗକୁ

   ରଙ୍ଗୀନ୍ ସଭା ମଞ୍ଚର ନାଲି ନେଳୀ

    ଆଲୋକ ସାଜସଜ୍ଜା କି ସେମାନଙ୍କୁ l


    ବନାଉଛି ତାଟକା

    ମାରି ନେଉଛନ୍ତି ମହାପାତ୍ରେ

     ଏ ଜନତା ଆମ

     ହେଉଛନ୍ତି ବୋଧହୁଏ ଜଳକା

     ସେ ପାଇଁ ଆମ ସଭିଙ୍କ 

     ଜୀବନ ଜୀବିକା ଲାଗେ ଆଜି

      ଫିକା ଫିକା ଫାଙ୍କା ଫାଙ୍କା।


     

      


     


   

       

  

       

   

    


Rate this content
Log in

Similar oriya poem from Abstract