STORYMIRROR

MADHU MITA

Tragedy Inspirational

3  

MADHU MITA

Tragedy Inspirational

ଭୁଲୁଣ୍ଠିତ ପଦ୍ମାବତୀର ସନେଟ୍

ଭୁଲୁଣ୍ଠିତ ପଦ୍ମାବତୀର ସନେଟ୍

1 min
198

ପଦମ ଫୁଲିଆ ମୁହଁଟି ତାହାର ସତେକି ସତେଜ ଉତ୍ପଳ…

କୋମଳ ପାଖୁଡ଼ା ପରି ତା' ଅଙ୍ଗୁଷ୍ଠି କି ସୁନ୍ଦର ସୁକୋମଳ…!!

ପଦୁଅଁ କଢ଼ି ସମ ତା' ପାପୁଲି…ପାପୁଲି ରେଖାରେ ସ୍ବପ୍ନ…

ହସିଦେଲେ ସେ ଯେ ଲାଗେ ହସିଦେଲା…ସତେକି ପୁନିଅଁ ଜହ୍ନ…!!


ମୋତି ପରି ଦାନ୍ତ ଖେଳେ ଯେ ଭଉଁରୀ ଗଣ୍ଡର ଦେଶରେ ତା'ର…

ଲକ୍ଷେ ତାରକାର ସମଷ୍ଟି ଦେଖାଏ ତା' ସରୁ କଜ୍ଵଳର ଗାର…!!

ଉଦିତ ଭାନୁର ଲାଲିମା ଚୋରେଇ ମଥା ତା' ରଙ୍ଗୀନ ହୁଏ…

ଅସ୍ତାଚଳ ରବି ଜାନୂପାତି ବୋଧେ ତା' ଅଧର ଉପରେ ଶୁଏ…!!


ବିଶ୍ଵାସ ସୂତାରେ ପ୍ରେମ ଗୁନ୍ଥିଦେଇ ଜେମା ସେ ସୌଭାଗ୍ୟବତୀ…

ମୁଣ୍ଡ ନୋଇଁ ଦେଇ ନଜର ଘୋଡେ଼ଇ ଆସେ ନେଇ ହୃଦେ ପ୍ରୀତି…!!

ସମର୍ପି ନିଜକୁ ପୂର୍ଣ୍ଣ କରେ ଜନ୍ମ ସବୁ ସୁଖଦୁଃଖ ହସିଦେଇ…

ପଦ୍ମ ପରେ ଯେହ୍ନେ ଲୌହ ଚଢ଼ିଯାଏ ଦଇବ ଯାତନା ସହି…!!


ଦେଖାଯାଏ ପରେ ଅପାଙ୍କ୍ତେୟ ଶବ ପନ୍ତିଶ ଖଣ୍ଡରେ କଟେ…!!

ଅବା ହୋଇ ପଦ୍ମ ଅଲୋଡା ଅଦେଖା ଧରାବକ୍ଷେ ସଢ଼ି ଲୋଟେ…!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy