STORYMIRROR

CHINMAYEE PRADHAN

Romance Tragedy Classics

3  

CHINMAYEE PRADHAN

Romance Tragedy Classics

ଆସିଛିରେ ଶୁଭ ଲଗନ

ଆସିଛିରେ ଶୁଭ ଲଗନ

1 min
132


ଆସିଛିରେ ଶୁଭ ଲଗନ 

ହେବ ଆଜି ମଧୁ ମିଳନ...... 

ଅଳତା ଲଗାଇ ସିନ୍ଦୂର ପିନ୍ଧାଇ 

ଓଢ଼ଣୀ ପକାଇ ଦିଅ, 

ଝୁଣ୍ଟିଆ ପିନ୍ଧାଇ ପାଉଁଜି ଲଗାଇ 

ଅଣ୍ଟାବିଛା ବାନ୍ଧି ଦିଅ। 

ସଜ ହେବାର ଏ ଦିନ। 

ଆସିଛିରେ ଶୁଭ ଲଗନ 

ହେବ ଆଜି ମଧୁ ମିଳନ...... 


ଶଂଖା, ଚୁଡି, ହାର, କାନର ପିନ୍ଧାଇ 

ମଥାମଣି ଖୋସି ଦିଅ, 

ଗଭାକୁ ଗଜରା ସୁନ୍ଦର ଦିଶେଲୋ

ଭଲ କରି ବାନ୍ଧି ଦିଅ।

କିଣିବ ପ୍ରିୟର ମନ। 

ଆସିଛି ରେ ଶୁଭ ଲଗନ 

ହେବ ଆଜି ମଧୁ ମିଳନ.... 


ଗୋଲାପ ପାଖୁଡ଼ା ରଜନୀଗନ୍ଧାରେ

ଶେଜଟା ସଜେଇ ଦିଅ,

କ୍ଷୀର ଗିଲାସକୁ ପୋଡା ନଡ଼ିଆକୁ 

ପାଶେ ତାର ରଖି ଦିଅ। 

ଉଛନ ହେଲାଣି ମନ।

ଆସିଛି ରେ ଶୁଭ ଲଗନ 

ହେବ ଆଜି ମଧୁ ମିଳନ.....


ବହୁ ପ୍ରତୀକ୍ଷାର ଅବସାନ ହେବ 

କୁଳଦୀପ ଜାଳି ଦିଅ,

ଜୀବନ ତାଙ୍କର ଆଲୋକିତ ହେଉ 

ସାକ୍ଷୀ ସେ ମଙ୍ଗଳମୟ। 

ଗଢ଼ିବେ ନୂଆ ଜୀବନ। 

ଆସିଛି ରେ ଶୁଭ ଲଗନ 

ହେବ ଆଜି ମଧୁ ମିଳନ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance