STORYMIRROR

BAIRAGI CHARAN SAHOO

Abstract Tragedy Others

3  

BAIRAGI CHARAN SAHOO

Abstract Tragedy Others

ଯାତ୍ରା

ଯାତ୍ରା

1 min
182

ଜୀବନ ସାଗର ପଥିକ ଆମେ ରେ

 ପଥ ଆମ ବହୁ ଦୂର

ଏଇ ରଙ୍ଗ ମଞ୍ଚେ କରୁ ଅଭିନୟ

 ସାଜି ଆମେ କଳାକାର ।୧ ।

ଏ ମହଯାତ୍ରା ରେ କେତେ ଆସୁଛନ୍ତି

 ଚାଲିବି ଯାଆନ୍ତି ବନ୍ଧୁ

ଯାତ୍ରୀ ର ଯାତରା ମେଲଣ ଚାଲିଛି

 ଜୀବନ ଏ ମହାସିନ୍ଧୁ ।୨ ।

ଯାତ୍ରା ମହଲ ରେ କେତେ ଯେ ଚରିତ୍ର

 ଦେଖୁ ଆମେ ଅଭିନୟ

ଶେଷ ଯବନିକା ପଡ଼ିଗଲା ପରେ

 ଅନ୍ତ ଘଟେ ପରିଚୟ ।୩ ।

ଦେବାଦେବୀ ଯାତ୍ରା ତିଥିରେ ହୁଅଇ

 ଯାହାକୁ ଯେମିତି ପୂଜା

ଜୀବନ ଜୁଇ ର ସଂଘର୍ଷ ଯାତରା

 କିଛି ଲୁହ କିଛି ଧ୍ଵଜା ।୪ ।

ଅପେରା ର ଯାତ୍ରା ଆମୋଦ ଦିଅଇ

 ରଙ୍ଗମଞ୍ଚ କିଛି କ୍ଷଣ

ଜୀବନ ରୂପକ ଯାତ୍ରା ରେ ଆମେ ତ

 ଦେଖୁ କେତେ ଆଶା ସ୍ଵପ୍ନ ।୫ ।

ଏହା ଅଟେ ସତ୍ୟ ଦିନେ ଏଇ ଘଟ

 ଆସିଥିଲା ଯେଉଁଠାରୁ 

ମହାଯାତ୍ରା କରି ସେଇଠି କୁ ଯିବ

 ଏଇ ଭବ ପାରାବାରୁ ।୬ ।

ଯାତ୍ରୀ ଚାଲିଯିବ ଯାତ୍ରା ସରିଯିବ

 ଏଇ ପରା ବାସ୍ତବତା

ଯାତ୍ରା କରିବାକୁ ଏ ମହୀ ମଣ୍ଡଳ

 ପଠାଇଛନ୍ତି ବିଧାତା ।୭ ।


Rate this content
Log in

Similar oriya poem from Abstract