Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Das

Tragedy

3  

Jayashree Das

Tragedy

ବଂଶୀରେ

ବଂଶୀରେ

1 min
146



ତୋତେ ମୀରା ଖୋଜୁଛି ତୋତେ ରାଧା ଝୁରୁଛି

  ଫେରିଆ ତୁ ଫେରିଆ ରେ ମୋହନ ବଂଶୀ

ତୋର ସେହି ସାତ ସୁର ଝୁରନ୍ତି ଗୋପୀକା

  ତନୁ କ୍ଷୀଣ କରିଲାଣି ମାନିନୀ ରାଧିକା ।


ଯମୁନା ପୂଲିନେ ନାହିଁ ଲାକ୍ଷା ବୋଳା ପାଦ

  ଦହିହାଣ୍ଡି ଭାଙ୍ଗୁନାହିଁ ଗୋପପୁର ସ୍ତବ୍ଧ

ଲବଣୀ ହେଉନି ଚୋରି ଗୋପ ବୃନ୍ଦାବନୁ

  ଯଶୋଦା ଖୋଜନ୍ତି ଫେରିଆ କଳାକାହ୍ନୁ ।


ତୋ ନାମରେ ବସୁନାହିଁ ସଭା ଗୋପପୁରେ

   ଫୁଟୁନି କଦମ୍ବ ଆଉ ନିତି ତୋତେ ଝୁରେ

ସୁଦାମା ମଧୁମଙ୍ଗଳ ସୁବଳ ସାଙ୍ଗରେ

  ଗୋ ଗୋଷ୍ଠରୁ ଫେରୁନାହିଁ ବଉଳା ସଞ୍ଜରେ ।


ନିରବୀ ଯାଇଛି ଗୋପ ନାହିଁ ଖୁସି ଆନନ୍ଦ

  ଶୁଭୁନାହିଁ ଗୋବିନ୍ଦର କଠଉର ଶବ୍ଦ

ମନମାରି ସୁକୁମାରୀ ଗୋପର ଦୁଲଣୀ

  ସାଇତି ରଖୁନି ଆଉ ଘରେ ସରଲବଣୀ ।


କୁଞ୍ଜବନେ ଧାଉଁନାହିଁ ବିରହୀ ରାଧିକା

   ତୋ ବିନା ଲାଗେନା ଭଲ ସବୁ ଆଜି ଫିକା

ଥରଟିଏ ଫେରିଆ ତୁ ବଜା ତୋ ମୁରଲୀ

   ଜଡ଼ରେ ଚେତନଶକ୍ତି ଭରିଯାଉ ପୁଣି ।


Rate this content
Log in

Similar oriya poem from Tragedy