STORYMIRROR

MADHU MITA

Tragedy

3  

MADHU MITA

Tragedy

ନୀରବତାର ଆଃ...ଓଃ...

ନୀରବତାର ଆଃ...ଓଃ...

1 min
127

ଆଃ ଟିଏ ନିଜେ ଆସିଯାଏ

ତୋ କଥା ଟିକେ ମନେ ପଡିଗଲେ

ଆଃ ଟିଏ ଆପେ ବାହାରିଯାଏ

ତୋ କଥା ଟିକେ ବି ଭାବିଦେଲେ


ଓଃ ଟିଏ କିନ୍ତୁ କହି ହୁଏନି

ମନକୁ ବୁଝେଇଦେବାକୁ ହୁଏ

ଓଃ ଟିଏ ମଧ୍ୟ କହି ନପାରି

ମନକଥା ମନ ଭିତରେ ରହିଯାଏ


ଆଃ ସେ ବିଗତ ଦିନର ସ୍ମୃତି

ଆକ୍ତାମାକ୍ତା କରି ପକେଇଥାଏ

ଆଃ ସେ ସମୟକୁ ମନେ ପକେଇ

ମୋ ମନ ମନକୁ ଆନମନା ହୋଇଯାଏ


ଓଃ ଅସହ୍ୟ ଅଟେ ଏ ଦୂରତା ମନର

ଶରୀର ଦୂରତା କେବେ କଷ୍ଟ ଦିଏନା

ଓଃ କି କିଛି ନକରି ପାରିବାର ଦୁଃଖଟି

ମନକୁ ଟିକେ ଥୟ କରି ରଖି ପାରେନା


ଆଃ ଆସନ୍ତା କି ଫେରି ସେସବୁ ସମୟ

ଓଃ ଖୁସିରେ ସାଉଁଟି ନିଅନ୍ତି ହାତ ବଢ଼େଇ

ଆଃ ଛାତିରେ ଲଗେଇ ତୃପ୍ତ ହୋଇଯାଆନ୍ତି

ଓଃ ମନ ଆତ୍ମା ମୋର ଯାଆନ୍ତା ପୁରେଇ



Rate this content
Log in

Similar oriya poem from Tragedy