ସୁନା ଭଉଣୀ
ସୁନା ଭଉଣୀ


ଜହ୍ନ ତୋଳିଦେବି ତାରା ତୋଳିଦେବି
ତୋଳିଦେବି ମୋତି ଘର,
ସୁନା ଭଉଣୀ ଲୋ ଖୋଜୁଛି ତୋ ଭାଇ
ଥରେ ପାଖକୁ ଆଲୋ ମୋର ।
ରାକ୍ଷୀର ପାଉଣା ମୁଁ ରଖିଛି ସାଇତି
ଯାହା ମାଗିବୁ ତୁ ଦେବି,
ବାଜିବାକୁ ଖରା ଦେବିନି ତୋ ଦେହେ
ଛାଇ ପରି ପାଖେ ଥିବି ।
ପୁଣିଥରେ ଆମେ ଭିଜିବା ଆ'ଲୋ
ଝିପିଝିପି ବରଷାରେ,
ବାପା ବୋଉଙ୍କଠୁ ଲୁଚି ଭସେଇବା ଡଙ୍ଗା
ଦାଣ୍ଡର ବରଷା ଧାରେ ।
ତୋଳିଦେବି କୋଳି କରିବିନି କଳି
ଦେବି ନାହିଁ କେବେ ଗାଳି,
ସୁନା ଭଉଣୀ ମୋ କେଉଁଠି ରହିଛୁ
ଆ' ମୋ ପାଖକୁ ଚାଲି ।