STORYMIRROR

Dharmendra Chuhan

Romance

2  

Dharmendra Chuhan

Romance

କେବେ ଆସିବ ମୋ ପ୍ରିୟା

କେବେ ଆସିବ ମୋ ପ୍ରିୟା

1 min
138

ପ୍ରିୟା ପାଇଁ ମୋର ଲାଲ୍ ଅଳତା

ଆଣିବି ସୁର୍ଯ୍ୟରୁ ମାଗି,

ତାରାଠୁ ଆଣିବି ରୂପା ପାଉଁଜି

ଖାସ୍ ତାଆରି ଲାଗି

ଆଣିବି ତା'ପାଇଁ ଲାଲ୍ ଗୋଲାପ

କଣ୍ଟାର ଆଘାତ ସହି,

ଜହ୍ନ ରାଇଜରୁ ଆଣିବି ଟିକିଲି

ଗଲେ ଯିବ ଲହୁ ବୋହି

ମେଘରୁ ଆଣିବି କଳା କଜ୍ଜ୍ବଳ

ପ୍ରିୟାର ଆଖିପାଇଁ,

ପ୍ରିୟା ହାତ ପାଇଁ କଙ୍କଣ ଖୋଜିବି

ଡେଇଁ ହଜାରେ ନଈ

ତା'ପାଇଁ ସବୁ ଯୋଗାଡି ରଖିବି

ହେଲେ ପ୍ରିୟା ଅଛି କାହିଁ ,

କେବେସେ ଆସିବ ମୋହରି ପାଖକୁ

ରହିଛି ତା'ବାଟ ଚାହିଁ


Rate this content
Log in

Similar oriya poem from Romance