STORYMIRROR

Dharmendra Chuhan

Romance

2  

Dharmendra Chuhan

Romance

କେବେ ଆସିବ ମୋ ପ୍ରିୟା

କେବେ ଆସିବ ମୋ ପ୍ରିୟା

1 min
143

ପ୍ରିୟା ପାଇଁ ମୋର ଲାଲ୍ ଅଳତା

ଆଣିବି ସୁର୍ଯ୍ୟରୁ ମାଗି,

ତାରାଠୁ ଆଣିବି ରୂପା ପାଉଁଜି

ଖାସ୍ ତାଆରି ଲାଗି

ଆଣିବି ତା'ପାଇଁ ଲାଲ୍ ଗୋଲାପ

କଣ୍ଟାର ଆଘାତ ସହି,

ଜହ୍ନ ରାଇଜରୁ ଆଣିବି ଟିକିଲି

ଗଲେ ଯିବ ଲହୁ ବୋହି

ମେଘରୁ ଆଣିବି କଳା କଜ୍ଜ୍ବଳ

ପ୍ରିୟାର ଆଖିପାଇଁ,

ପ୍ରିୟା ହାତ ପାଇଁ କଙ୍କଣ ଖୋଜିବି

ଡେଇଁ ହଜାରେ ନଈ

ତା'ପାଇଁ ସବୁ ଯୋଗାଡି ରଖିବି

ହେଲେ ପ୍ରିୟା ଅଛି କାହିଁ ,

କେବେସେ ଆସିବ ମୋହରି ପାଖକୁ

ରହିଛି ତା'ବାଟ ଚାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance