STORYMIRROR

Dharmendra Chuhan

Abstract

2  

Dharmendra Chuhan

Abstract

ବିରହ ନିଆଁ

ବିରହ ନିଆଁ

1 min
3.6K

ପ୍ରଥମ ପ୍ରେମ ବୋଲି ତୁହି ଲୋ ପ୍ରିୟା

ଭୁଲିପାରୁନାହିଁ ତତେ,

ସେଥିପାଇଁ ବୋଧେ ବିରହ ନିଆଁରେ

ଜଳେଇ ମାରୁଛୁ ମତେ


ବୁଝିଲୁନି କେବେ ଥରୁଟିଏ ହେଲେ

ଏଇ ମୋର ହୃଦୟକୁ,

ଭଲପାଇ ମତେ ଧୋକା ଦେଲୁ ବୋଲି

କହିବି ଆଉ କାହାକୁ


ପାଗଳ ପରାୟେ ଭଲପାଉଛି ମୁଁ

ଭୁଲ୍ ବୁଝିବୁନି ଜମା,

ଭଲପାଇ ଯଦି ଦୋଷ କରିଥାଏଁ

କରିଦେବୁ ଥରେ କ୍ଷମା


ଚାଲିଗଲୁ ବୋଲି ବିଶ୍ବାସ ହେଉନି

ଅତୀତର ଚିହ୍ନ ଧୋଇ,

ମୋ ଆଖିରୁ ଆଜି ନିଦ ଛଡେଇ ତୁ

ନିଶ୍ଚିନ୍ତରେ ଯାଉ ଶୋଇ


ଆଜି ଯେତେ ମୁହିଁ ଲୁହ ଝରାଉଛି

ତତେ ପ୍ରିୟା ପ୍ରେମ କରି,

ଲୁହ ଝରାଇବୁ ତୁ ବି ଦିନେ

ମୋ ପ୍ରେମକୁ ଝୁରି ଝୁରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract