STORYMIRROR

Dharmendra Chuhan

Romance

2  

Dharmendra Chuhan

Romance

ଗୋଲାପ ରାଣୀ

ଗୋଲାପ ରାଣୀ

1 min
233

କୋମଳ ଗୋଲାପ ପାଖୁଡା ତୋ ଦେହ

ଗୋଲାପ କି ତୁମକୁ ଲୋଡା,

ମୋ ହୃଦ ବଗିଚାରେ ପାରିଜାତ ତୁମେ

କିଛି ଲୋଡା ନାହିଁ ତୁମ ଛଡା

ଓଠ ତୁମ ଗୋଲାପୀ ଗାଲ ବି ଗୋଲାପୀ

ଦେହ ତ ତୁମରୀ ଗୋଲାପୀ,

ହେ ଗୋଲାପୀ ମୋର ହୃଦୟ ସଂଗରେ

ପରାଣ ବି ଦେଇଛି ସଅଁପି

ଗୋଲାପୀ ଦେହରେ ଗୋଲାପୀ ଶାଢୀ

ଦେହେ ହୋଇଗଲେ ଲେସି,

କଳା ଭଅଁର ମୁଁ ତୁମ ଚେହେରା ଦେଖି

ଆଖି ମୋର ଯାଏ ଲାଖି

ଫିକାଫିକା ମୋର ଜୀବନରେ ଆସି

ରଂଗ ଦିଅ ତୁମେ ଟାଣି,

ନିଜର କରି ନିଅ ମୋତେ ଥରେ

ହେ ମୋର ଗୋଲାପରାଣୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance