STORYMIRROR

Dharmendra Chuhan

Romance

2  

Dharmendra Chuhan

Romance

ଆସ ଏଇ ଫଗୁଣରେ

ଆସ ଏଇ ଫଗୁଣରେ

1 min
164

ଦେଖୁଛି ଦର୍ପଣ ଦିଶୁନି ମୋ ମୁହଁ

ତୁମ ମୁହଁ ଖାଲି ଦିଶେ,

ଯେତିକି ଯେତିକି ଦୂରକୁ ମୁଁ ଗଲେ

ଛାଇ ପରି ଥାଅ ପାଶେ

ଛୁଇଁବି ବୋଲି ତୁମ ଛାଇ ଥରେ

ହାତ ମୁଁ ବଢେଇ ଦେଲେ,

ଦୂରେଇ ଯାଏ ତୁମ ସେ ଚେହେରା

ଝଡ ଆସେ ଛାତି ତଳେ

ଆସ ପୁଣି ତୁମେ ସପନ ହେଇକି

ରାତିର ନିର୍ଜନ ବେଳେ,

ଧରାଦିଅ ତୁମେ ମୋ ବାହୁ ବଂଧନେ

କଥା କହି ଲାଡେ ଗେଲେ

ସପନେ ଆସୁଛ ସତରେ ଆସୁନ

ଆସଥରେ ବାସ୍ତବରେ,

ପଳାଶ ଫୁଲରେ ବେଶ କରି ଦେବି

ଆସ ଏଇ ଫଗୁଣରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance