STORYMIRROR

Dharmendra Chuhan

Romance

2  

Dharmendra Chuhan

Romance

ସପନ ନାୟିକା

ସପନ ନାୟିକା

1 min
2.7K

ରବି ଲୁଚିଯାଏ ଆକାଶ ଛାତିରେ

ଯେବେ ଜହ୍ନ ଆସେ ଉଇଁ,

ମୋ ସପନେ ଆସୁ ବଧୂବେଶ ସାଜି

ନିଦରେ ଗଲେ ମୁଁ ଶୋଇ


ପାଦରେ ଅଳତା, ମଥାରେ ଟିକିଲି

ପିଂଧିଥାଉ ଶାଢୀ ନାଲି,

ପାଦର ପାଉଁଜି ଧିରେ ବାଜି ଉଠେ

ଥିରି ଥିରି ଆସୁ ଚାଲି


ଆଖିରେ କଜ୍ଜ୍ବଳ କାନରେ ଝୁମୁକା

ମଲ୍ଲୀ ମାଳ ମୁଂଡେ ନାଇ,

ଲକ୍ଷେ କୁସୁମର ମହକ ତୋ ଦେହେ

ଦିଏ ମନ ମହକାଇ


ଓଢଣାକୁ ତୋର କାଢି ଦେଖେ ଯେବେ

ତୋ ହାତକୁ ପ୍ରିୟା ଧରି,

ଲାଜେଇଯା ଉ ତୁ ଲାଜକୁଲି ଲତା

ଓଠ ତୋର ଯାଏ ଥରି


କୋମଳ ଗୋଲାପ ତୋ'ଓଠକୁ ଯେବେ

ମୋର ଓଠ ଯାଏ ଛୁଇଁ ,

ଆଉଜି ପଡୁତୁ ମୋ ଛାତିଉପରେ

ଭାବରେ ବିହ୍ବଳ ହୋଇ


ଥରୁଥାଏ ଛାତି ବଢୁଥାଏ ତାତି

ଅଭୁଲା ପ୍ରୀତିରେ ମାତି,

ତୋ ସାଥିରେ ପ୍ରିୟା ସରିଯାଏ ସ୍ବପ୍ନ

ପାହିଯାଏ ମୋର ରାତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance