STORYMIRROR

Dharmendra Chuhan

Abstract

2  

Dharmendra Chuhan

Abstract

ଅବଶୋଷ

ଅବଶୋଷ

1 min
123

ଯେତେଥର ତତେ ପାଇବାକୁ ଚାହେଁ

ସେତେଥର ଯାଉ ଦୂରେଇ,

ବଞ୍ଚିପାରିବିନି ଯଦି କେହି ତତେ

ମୋ'ଠାରୁ ନେଲେ ଛଡେଇ

ଚାଲିଯିବୁ ଯଦି କାହା ସାଥେ ପ୍ରିୟାତୁ

ମୋ ପ୍ରେମକୁ କରି ଶେଷ,

ଯିବା ଆଗରୁ ଟିକେ ଦେଇଯିବୁ ଥରେ

ନିଜ ହାତରେ ତୋ ବିଷ

ବଞ୍ଚିଥିବା ଯାଏ ଭୁଲି ପାରିବିନି

ତତେ ଅବା ତୋର କଥା,

ମରିଗଲେ ବୋଧେ ଦେଇପାରିବୁନି

ଏ ଛାତିରେ ଆଉ ବ୍ୟଥା

ତୁ ଦେଲେ ବିଷ ଅମୃତ ଭାବିକି

ପିଇଦେବି ହସି ହସି,

ତୋ'ବିନା ପ୍ରିୟା ବଞ୍ଚିବା ଅପେକ୍ଷା

ମରିବାରେ ବେସି ଖୁସି

ଶୋଇଯିବି ପ୍ରିୟା ମଶାଣି କୋଳରେ

ଚିରନିଦ୍ରା ସପନରେ,

ଅବଶୋଷ ଖାଲି ରହିବ ଏତିକି

ହେଲୁନି ବୋଲି ମୋ ଥରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract