STORYMIRROR

Dharmendra Chuhan

Abstract

2  

Dharmendra Chuhan

Abstract

ମିଠା ଦରଦ

ମିଠା ଦରଦ

1 min
205

ଫୁଲ ନୁହେଁ ଗୋରୀ କଂଟା ତୋ ଚେହେରା

ମୋ ହୃଦୟକୁ ଫୋଡିଦିଏ,

ସେ ମିଠା ଆଘାତ କରେ କଲବଲ

ଦରଦ ତ ଭାରି ହୁଏ

ହାତ ଛୁଆଁ ତୋର ଫୁଲଠୁ କୋମଳ

କଥା ତୋ ମଧୁର ଗପ,

ମୃଗ ନୟନୀ ତୋ ମହନୀ ଚାହାଣୀ

ହୃଦୟେ ମାରଇ ତୋପ

ତୋ ପ୍ରେମ ଜାଲରେ ଛନ୍ଦି ମୁଁ ହୋଇଛି

ଉର୍ଣ୍ଣନାଭି ଜାଲେ ଯେମିତି କୀଟ,

ମିଠା ମରଣକୁ ଅନେଇ ବସିଛି

ଖୋଲି ମୋ ହୃଦ କବାଟ

ଶୋଷି ନେ ମୋତେ ଓଠ ତୋ ଲଗେଇ

ମେଂଟି ଯାଉ ତୋର ଶୋଷ,

ତୋ ଓଠ ଲାଗିଲେ ମୋର ଏ ଛାତିରେ

ହସି ହସି ହେବି ଶେଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract