STORYMIRROR

Dharmendra Chuhan

Abstract

2  

Dharmendra Chuhan

Abstract

ବେଦନା

ବେଦନା

1 min
208

ମନର ଯାତନା ହୃଦୟ ବେଦନା

ଯାହାଅଛି ସବୁ ବ୍ୟଥା,

ଲେଖୁଅଛି ପ୍ରିୟା ଗୋଟି ଗୋଟିକରି

ମୋ ହୃଦୟର ସବୁ କଥା

ପାଗଳିନୀ ଥିଲ ମୋ ପ୍ରେମରେ ଦିନେ

ଖୋଜୁଥିଲ ଦୂରେ ଗଲେ,

କହୁଥିଲ ମତେ କରିବନି ଏକା

ଯେତେ ଦୂରେ ମୁଁ ଥିଲେ

କେତେ ଅଭିମାନ କରୁଥିଲ ପ୍ରିୟା

କଥା ନହେଲେ ମୁଁ ଦିନୁଟିଏ,

ହେଲେ ଆଜି ତୁମେ ଏତେ ନୀରବ ଯେ

ମୋ କଥା ଶୁଣିବ କିଏ

ଦୁଃଖନାହିଁ ମୋର ଚାଲିଗଲ ବୋଲି

କାହା ହାତ ତୁମେ ଧରି,

ବାହାନା କରୁଛି ମୁଁ ବଞ୍ଚିବାର ଏଠି

ପ୍ରତି ମୁହୂର୍ତ୍ତରେ ମରିମରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract