Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Abstract Tragedy Others

3  

Santosh Kumar Nayak

Abstract Tragedy Others

🌍ଜୀବନ ଭୂଗୋଳ🌏

🌍ଜୀବନ ଭୂଗୋଳ🌏

1 min
39



ଜୀବନଟା ମୋର କାଲାହାରୀ ମରୁ

ମରୀଚିକା ପଛେ ଧାଏଁ,

ଆଖି ଦୁଇ ମୋର ଚେରାପୁଞ୍ଜି ପରି

ନିଇତି ବରଷୁ ଥାଏ ।


ଦ୍ଵୀପର ଯେମିତି ଚାରିପାଖେ ଜଳ

ଅଭାବ ଘେରିଛି ମୋତେ,

ବିଶ୍ଵ ଜନସଂଖ୍ୟା ପରି ବଢିଚାଲେ

ସଂସାର ଜଞ୍ଜାଳ କେତେ।


ନୀଳନଦୀ ପରି ବହି ମୁଁ ଚାଲିଛି

ଆସିଲେ ବି ବାଧା ବିଘ୍ନ,

ହିମାଳୟ ପରି ସହି ମୁଁ ଚାଲିଛି

କେତେ ଯେ ଝଡ଼ ତୋଫାନ।


ଦୁଃଖ ସବୁ ମୋର ମାରିଆନା ଖାତ

କାତ ପାଏ ନାହିଁ ଜମା,

ହେଲେ ବି ପ୍ରଶାନ୍ତ ମହାସାଗର ମୁଁ

ମନେ ଅଛି ଦୟା କ୍ଷମା।


ପରୀକ୍ଷାରେ ପ୍ରଶ୍ନ ଆସିବନି କେବେ

ଭୂଗୋଳ ବହିରୁ ମୋର,

ତଥାପି ଧ୍ୟାନରେ ପଢୁଛି ମୁଁ ନିତି

ସାକ୍ଷୀ ସେ ପରମେଶ୍ଵର।




Rate this content
Log in

Similar oriya poem from Abstract