STORYMIRROR

DILIP KUMAR SAHOO

Tragedy

3  

DILIP KUMAR SAHOO

Tragedy

ମହାଶକ୍ତି ସବୁ ଶବ ଗଣୁଛନ୍ତି

ମହାଶକ୍ତି ସବୁ ଶବ ଗଣୁଛନ୍ତି

1 min
113

ମହାଶକ୍ତି ସବୁ ଶବ ଗଣୁଛନ୍ତି

  ବିଜ୍ଞାନୀ ହେଲେଣି ବୋକା

  କିରଣ ଛଡେଇ କରୋଣା ମାରୁଛି

  ଚଉକା ପଛକୁ ଛକା


  ରୋଗୀ ଦେଖିବାକୁ ଡାକ୍ତର ଅଭାବ

  କଫିନ୍ ମିଳୁନି ନେବା ପାଇଁ ଶବ

  କବର ଦେବାକୁ କବରଖାନାରେ

   ଯାଗା ନାହିଁ ଆଉ ଫାଙ୍କା

   କରୋଣା ମାରୁଛି ଛକା


   ସମନ ଲେଖୁଛି ସମୟକୁ ଚିଠି

   ଲକ୍ଷ ଲକ୍ଷ ମିଶି ହୋଇଲେଣି କୋଟି

   ଜୀବନ ଶଇଳି ନଗଲେ ବଦଳି

   ବଳେଇ ପଡିବ ଶଙ୍କା

   କରୋଣା ମାରୁଛି ଛକା


   ନମାନିଲେ ବୋଲ ହେବ କଲବଲ

   ଦୁନିଆ ହେଉଛି କହି

   ଦୁଇଗଜ ଦୂର ଲକ୍ଷ୍ମଣ ର ଗାର

   ବୁଝିବାକୁ ବେଳ କାହିଁ !

  କୋଳାକୋଳି ହୋଇ ପାଲା ତ ଗାଇଲେ

  ସୁରଟ ଫେରନ୍ତା ଟୋକା

  କରୋଣା ମାରୁଛି ଛକା


   କେଇଟା ଦିନର ନିସଙ୍ଗ ଜୀବନ

   ବିପଦକୁ ଦିଏ ଟାଳି

   ଏଇ କଥାକୁତ କାନ ନଦେବାରୁ

   ଯାତନା ଯାଏରେ ବଳି

   କରୋଣା କଲାଣି ରାଇଜକୁ କାବୁ

   ଯାଗା ନାହିଁ କାହିଁ ଫାଙ୍କା

   କରୋଣା ମାରୁଛି ଛକା


   ଏମିତି ବେମାରୀ ନାହିଁ ତା ଓଷଦ

   ଦୁନିଆ ଆଖିରୁ ହଜିଯାଏ ନିଦ

   ଜଗତ ଚାହିଁଛି କେବେ ବାହାରିବ

   ରୋଗ ରୋକିବାକୁ ଟୀକା.

   କରୋଣା ମାରୁଛି ଛକା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy